✍️ଅଜିତ କୁମାର ଭୋଇ
ଶିକ୍ଷକର ବାସ୍ତବ ଜୀବନକୁ
କିଏ’ କଳ୍ପନା କରି ପାରେନା,
ଲାଞ୍ଚ ନିଏନି ! ବୋଲି ଲାଞ୍ଛନା ପାଏ
ବିଦ୍ୟା ଦିଏ ବୋଲି ବିଦ୍ରୋହୀ ସିଏ..।।
ଚକ ଖଡ଼ିର ଅଙ୍କାବଙ୍କା ଗାର ରୁ
ଆରମ୍ଭ କରି
ଭାଗ୍ୟରେଖାରେ ପରିବର୍ତ୍ତନ
ହାତ ପାପୁଲିରେଖା ରୁ
ଭାଗ୍ୟରେଖା…।।
କଳାପଟା ରୁ କଳାକାର
ରଫ ଖାତା ରୁ ଦାର୍ଶନିକ
ବାରଣ୍ଡା ରୁ ବ୍ରହ୍ମାଣ୍ଡ
ବେକାର ରୁ ବୈଜ୍ଞାନିକ
ଶିକ୍ଷକ ହି କରିପାରେ…।।
“ଅ” ରୁ ଅପାର ଶବ୍ଦ
“କ୍ଷ”ରୁ ସକଳ ସମର୍ଥ
“ମାତ୍ରା”ରୁ ସର୍ବତ୍ର
ପୁଣି ପଙ୍କକୁ “ଅଙ୍କ”ରେ
ଗଢ଼ି ପାରୁଥିବା…
ଅପୂର୍ଣ୍ଣ ହାଣ୍ଡିରେ ପୂର୍ଣ୍ଣତା
ଭରିପାରୁ ଥିବା,
ଜୀବନ୍ତ ବିନ୍ଧାଣି ସେ…।।
ମାଟିରୁ ମଣିଷ, ମଣିଷ କୁ ସର୍ବସ୍ବ,
ସେ ଶୂନ୍ୟତା ଭିତରେ ପୂର୍ଣ୍ଣତା
ନ୍ୟୁନତା ଭିତରେ ମହାନତା
ଭରିଦେବା ଜୀବନ୍ତ ଦେବତା…।।
ଆଜିର ପ୍ରଗତିଶୀଳ ମଣିଷ
ଗୁରୁ କୁ ଗରୁ,
ଶିକ୍ଷକ କୁ ଭିକ୍ଷୁକ
ଭାବେ ବିବେଚନା କରେ,
ଗୁରୁ କେବେ ସମ୍ମାନ ମାଗେନି
ସମ୍ମାନ ପାଏ….।।
କନିଷ୍ଠ ଶିକ୍ଷକ
ଗୋଲାମୁଣ୍ଡା,କଳାହାଣ୍ଡି
ମୋ-୯୯୩୭୧୪୯୮୨୮
________________________________________