ଅନଲାଇନରେ ଇଂକ୍ ଡିଉ କବିତା ଆସର

ଦାମନଯୋଡି,୪/୫: ଇଂକ୍ ଡିଉ ପ୍ରକାଶନୀ ପକ୍ଷରୁ ଦ୍ବିତୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ୍ ବଳବତ୍ତର ଥିବାବେଳେ ଦୂରଦୂରାନ୍ତର କବିମାନଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ଆସର। ପୂର୍ବ ସପ୍ତାହରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ସଫଳ ହେବାପରେ ଦ୍ଵିତୀୟଥର ପାଇଁ ଇଂକ୍ ଡିଉ ଏହା ହାତକୁ ନେଇଥିଲା। ଏଥିରେ ଭାଗ ନେଇଥିଲେ କବି ବିଦେଶୀ ନାୟକ (ଦାରିଙ୍ଗବାଡି), ସଞ୍ଜୟ ମିଶ୍ର (ବଲାଙ୍ଗିର), ଲିପ୍ସା ପଟେଲ (ଭବାନୀପାଟଣା), ଧର୍ମରାଜ ମାଝୀ (ଚନ୍ଦହାଣ୍ଡି), ମହେଶ୍ୱତା ସାହୁ (ରାଉରକେଲା), ସୁକାନ୍ତ କୁମାର ପଟ୍ଟନାୟକ (ନବରଙ୍ଗପୁର), ସୁସ୍ମିତା ପଟେଲ ଓ ନିଶିପଦ୍ମା ଶୁଭଦର୍ଶିନୀ (ସମ୍ବଲପୁର)। କବି ଡା. ମନୋଜ କିଶୋର ନାୟକଙ୍କ ପରିକଳ୍ପନାରେ ଆୟୋଜିତ ଆସରକୁ ପରିଚାଳନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବୁଲୁ ହୋତା। କୋରାପୁଟ ଦାମନଯୋଡି ସହରରୁ ପରିଚାଳିତ ହେଉଥିବା ଏହି ଅଭିନବ କାର୍ଯ୍ୟକ୍ରମ ଇଂକ୍ ଡିଉ ତରଫରୁ ପ୍ରତି ରବିବାର ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ଏହା ଓଡ଼ିଶାର ପ୍ରଥମ ହେଣ୍ଡସେଟ୍ କାର୍ଯ୍ୟକ୍ରମ, ଯେଉଁଥିରେ ଆପଣ ନିଜ ଘରେ ବସି ମୋବାଇଲ୍ ହେଣ୍ଡସେଟ୍ ଧରି ଅଂଶଗ୍ରହଣ କରିପାରିବେ।

Omkar Vasthu
Omkar Vasthu

Click here to get 24×7 News & Views alerts👇🏻

http://bit.ly/OBgroup4

Pearl dental clinic
Near Ashish Medical Store, Bhawanipatna

Follow us on Twitter👇🏻

Udyog Nursery
Udyogi Nursery

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.