ଆଗକୁ ଚାଷ କାମ, ଏପଟେ ବଜ୍ରପାତ ନେଲା ୨ ବଳଦଙ୍କ ଜୀବନ : ଭାଙ୍ଗି ପଡିଛନ୍ତି ଚାଷୀ ଦାମୋଦର

ଲାଞ୍ଜିଗଡ଼,୬/୫: ବର୍ଷ ଜାକ କୃଷିକ୍ଷେତ୍ରରେ ଲହୁ ଲୁହ ଢାଲି ପରିଶ୍ରମ କରି ଫସଳ ଉପୁଜାଇଥାଏ ଚାଷୀ। ତାକୁ ଏହି କାମରେ ପୂର୍ଣ୍ଣ ସହଯୋଗ କରିଥାନ୍ତି ତା’ର ହଳ ବଳଦ। ବଳଦ ହିଁ କୃଷକର ବଳ। ଯେତେବେଳେ ଅସମୟରେ ଏହି ବଳଦମାନଙ୍କ ମୃତ୍ୟୁ ଘଟେ, ସେତେବେଳେ ଚାଷୀର ପିଣ୍ଡରୁ ପ୍ରାଣ ଚାଲିଗଲା ପରି ଜଣାପଡେ। ଏମିତି ଏକ ଚଡକ ପଡିଛି ଲାଞ୍ଜିଗଡ଼ ବ୍ଲକ ବାତେଲଲିମା ପଞ୍ଚାୟତ ଅନ୍ତର୍ଗତ ନିଆଁଳି ଗ୍ରାମର ଚାଷୀ ଦାମୋଦର ଦଣ୍ଡସେନାଙ୍କ ଜୀବନରେ। ମଙ୍ଗଳବାର ଅପରାହ୍ନରେ ଘଡ ଘଡି ସହ ବର୍ଷା ହେବା ସମୟରେ ଦାମୋଦରଙ୍କ ଦୁଇଟି ବଳଦ ଏକ ପଣସ ଗଛି ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରପାତରେ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା। ଆଗକୁ ଚାଷ କାମ ପାଇଁ ଜମି ପ୍ରସ୍ତୁତ କରିବାକୁ ଥିବାବେଳେ ବଳଦମାନଙ୍କ ଅକାଳ ମୃତ୍ୟୁକୁ ନେଇ ପୁରା ଭାଙ୍ଗି ପଡିଛନ୍ତି ଏହି ଚାଷୀ ଜଣକ। ତେଣୁ ଦାମଦରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Omkar Vasthu
Omkar Vasthu
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

_________________________________________

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.