ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଠିକ୍ ଭାବେ କରୋନା କର୍ଣ୍ଣର ଡ୍ୟୁଟି ବଣ୍ଟା ନ ହେବା ଅଭିଯୋଗ

ରାୟଗଡ,୬/୫: କରୋନାକୁ ସରକାର ଜାତୀୟ ବିପତି ଭାବେ ଘୋଷଣା କରିଥିବା ବେଳେ ଏଥି ନିମନ୍ତେ କାର୍ଯ୍ୟ ତୁଲାଇବା ପାଇଁ ରାୟଗଡ ଜିଲ୍ଳା ଶିକ୍ଷକ ସମାଜ ନିଷ୍ଠା ଏବଂ ଶୃଙ୍ଖଳାର ସହିତ କର୍ତବ୍ୟ ପାଳନ କରି ଆସୁଛନ୍ତି । କିନ୍ତୁ ଡ୍ୟିୁଟି ତାଲିକା ବଂଟନରେ ଅନେକ ବେଆଇନ ଏବଂ ତ୍ରୁଟି ଯୋଗୁଁ ରାୟଗଡ ବ୍ଳକ ପେଂଟା କ୍ଳଷ୍ଟର ଓ ଅନ୍ୟାନ୍ୟ କ୍ଳଷ୍ଟରଗୁଡିକର ଶିକ୍ଷକ ଶିକ୍ଷୟତ୍ରୀମାନେ ଅସନ୍ତୋଷ ବ୍ୟକ୍ତି ପ୍ରକାଶ କରି ଏଥିରେ ସୁଧାର ଆଣି କରୋନା କର୍ଣ୍ଣର ଡ୍ୟିୁଟିରେ ସମସ୍ତଙ୍କୁ ସମାନ ଭାବେ ଡ୍ୟୁଟି ବାଂଟିବା ପାଇଁ ମଙ୍ଗଳବାର ଦିନ ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

ଏଥିରେ ଉଲ୍ଳେଖ କରିଛନ୍ତି ଯେ, ଲକଡାଉନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଡ୍ୟିୁଟି ବାଂଟିବା ଠିକ୍ ରହିଥିବା ବେଳେ ଗତ ମେ’୪ତାରିଖରୁ ଆସନ୍ତା ମେ’୨୦ତାରିଖ ପର୍ଯ୍ୟନ୍ତ ନୂଆ ତାଲିକାରେ ପେଂଟା କ୍ଳଷ୍ଟରର ସମସ୍ତ ଶିକ୍ଷୟତ୍ରୀମାନଙ୍କୁ ଡ୍ୟିୁଟି ତାଲିକାରେ ବାଦ୍ ଦିଆଯାଇଛି । ସେହିପରି କେତେକ ଶିକ୍ଷକଙ୍କୁ ଅଧିକା ଡ୍ୟିୁଟି ପ୍ରଦାନ କରାଯାଇଛି ତ କେତେକ ଶିକ୍ଷକଙ୍କୁ କମ ଡ୍ୟିୁଟି ଏବଂ ଆଉ କେତେକ ଶିକ୍ଷକଙ୍କୁ ଜାଣି କୈାଣସି ଡ୍ୟିୁଟି ନ ଦିଆଯାଇ ବାଦ ଦିଆଯାଇଛି । ଏହାଛଡା ପୂର୍ବରୁ ୫ଘଂଟା ଡ୍ୟିୁଟି ସମୟ ରହିଥିବା ବେଳେ ବର୍ତମାନ ୭ଘଂଟା ପର୍ଯ୍ୟନ୍ତ ଗୋଟିଏ ଶିକ୍ଷକ ଡ୍ୟିୁଟି କରିବା ପାଇଁ କୁହାଯାଉଛି । ଫଳରେ ଜଣେ ଶିକ୍ଷକଙ୍କ ଯଦି କୈାଣସି ଆବଶ୍ୟ କିମ୍ବା ଅସୁବିଧା ହେଲେ ତାଙ୍କ ବଦଳରେ ସାହାର୍ଯ୍ୟ ସହଯୋଗ ପାଇଁ କେହି ନାହାନ୍ତି ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଦିନରାତି କରୋନା ପାଇଁ ରୋଷ୍ଟର ଡ୍ୟିୁଟିରେ ନିୟୋଜିତ ହେଉଥିବା ଶିକ୍ଷକମାନଙ୍କ ପାଇଁ କାର୍ଲାକଣା କେନ୍ଦ୍ରରେ କୈାଣସି ଘରଟିଏ ନାହିଁ । ତେଣୁ ଶିକ୍ଷକମାନେ ଗୋଟିଏ ଗଛମୂଳରେ ରହି ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏଠାରେ ଡ୍ୟିୁଟି କରିବା ବେଳେ ଶିକ୍ଷକଙ୍କର ସ୍ୱତନ୍ତ୍ର ବ୍ୟବସ୍ଥା ସର୍ବନିମ୍ନ ଭାବରେ ନାହିଁ । ତେଣୁ ଶିକ୍ଷକମାନେ ପୂର୍ବପରି ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ସମାନ ଭାବରେ ଡ୍ୟିୁଟି ବାଂଟିବା ସହ କାର୍ଲାକଣା ଠାରେ ଏକ ଘରର ବ୍ୟବସ୍ଥା କରାଯାଉ ବୋଲି ନିବେଦନ କରିଛନ୍ତି ।

Udyog Nursery
Udyogi Nursery

ଏହି ଦାବିପତ୍ର ପ୍ରଦାନ ବେଳେ ଶିକ୍ଷକ ସୁରେଶ କୁମାର ପଟ୍ଟନାୟକ, ବିଶ୍ୱନାଥ ସାହୁ, ସଚ୍ଚିଦାନନ୍ଦ ଲିମା, ଲିଙ୍ଗରାଜ ଗରଡିଆ, ରଘୁନାଥ ସୁବୁଦ୍ଧି, ଭି.ରମେଶ, ପ୍ରଦୀପ କୁମାର ପରିଡା, କେ.ସାଗରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ପୂର୍ବରୁ ଏହି ଡ୍ୟିୁଟି ବଂଟନ ତାଲିକା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କରାଯାଉଥିବା ବେଳେ ବର୍ତମାନ ବିଡିଓଙ୍କ କାର୍ଯ୍ୟାଳୟରେ ସିଆରସିସିଙ୍କ ତାଲିକା ପ୍ରକାରେ ଡ୍ୟୁଟି ବଂଟନ ହେଉଥିବାରୁ କିଛିଟା ଅସୁବିଧା ହେଉଥିବା ସିଆରସିସି ପ୍ରକାଶ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.