ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ : ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ରାୟଗଡ,୬/୫: ରାୟଗଡ ଜିଲ୍ଳା ମୁନିଗୁଡା ବ୍ଳକ ଟିକରପଡା ଗ୍ରାମରେ ଗତକିଛି ଦିନ ଧରି ଡେଙ୍ଗୁରେ ବହୁ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଏହା ଏବେ ବିଷମକଟକ ଓ ରାୟଗଡ ବ୍ଳକରେ ନିଜର କାୟା ବିସ୍ତାର କରିଛି । ଫଳରେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ନିଦ ହଜେଇ ଦେଇଛି ଡେଙ୍ଗୁ । ମିଳିଥିବା ସୂଚନା ପ୍ରକାରେ ରାୟଗଡରେ ଆଉ ୧୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଟିକରପଡାର ୯ଜଣ, ବିଷମକଟକର ୨ଜଣ ଓ ରାୟଗଡ ବ୍ଳକର ଜଣେ ରୋଗୀଙ୍କ ରକ୍ତ ନମୂନାରେ ଡେଙ୍ଗୁ ଭୂତାଣୁ ଥିବା ଚିହ୍ନଟ ହୋଇଛି । ମୁନିଗୁଡା ବ୍ଳକର ଟିକରପଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ସହ ଚିକିତ୍ସା ସେବା ଉପଲବ୍ଧ କରାଯାଉଥିଲେ ସୁଦ୍ଧା ଏହା ଥମିବାର ନା ଧରୁନାହିଁ । ନିଜେ ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ଏହି ଅଂଚଳ ଗସ୍ତ କରି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ଦେଇଥିବା ବେଳେ ଏହା ଆହୁରି ସଂଙ୍ଗୀନ ଅବସ୍ଥାକୁ ଚାଲି ଯାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ ପଡିଛି । ଟିକରପଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗ୍ରାମର ୮୭ଜଣଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୨ଜଣଙ୍କ ଠାରେ ଡେଙ୍ଗୁ ଭୁତାଣୁ ଚିିହ୍ନଟ ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ୪୫ଜଣଙ୍କ ରକ୍ତ ନମୂନାରୁ ୧୨ଜଣଙ୍କ ରକ୍ତ ନମୂନା ପଜିଟିଭ୍ ଥିବା ଜଣାପଡିଛି । ସେହିପରି ପୁଣି ଥରେ ଏବେ ଆଉ ୯ଜଣଙ୍କ ରକ୍ତ ନମୂନାରେ ଡେଙ୍ଗୁ ଚିହ୍ନଟ ହୋଇଛି । ରାୟଗଡ ବ୍ଳକର ମାଲିଗାଁରୁ ଜଣେ ଏବଂ ବିଷମକଟକ ବ୍ଳକର ହଜାରିଡାଙ୍ଗ, ଟାଙ୍ଗଣାପଦର ଠାରେ ଜଣେ ଲେଖାଁଏ ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି. ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତମାନ ଜିଲ୍ଳାରେ ଡେଙ୍ଗୁ ସଂଖ୍ୟା ୬୧କୁ ଛୁଇଁଲାଣି । ଜିଲ୍ଳାରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କରୋନା ମୁକାବିଲା ପାଇଁ କୋଭିଡ-୧୯ ଡ୍ୟିୁଟିରେ ନିୟୋଜିତ ରହିଥିବା ବେଳେ ଡେଙ୍ଗୁ ଏବେ କାୟା ବିସ୍ତାର କରୁଥିବାରୁ ଜିଲ୍ଳାବାସୀ ଏବେ ଆଶା ଆଶଙ୍କାରେ ରହିଛନ୍ତି । ଡେଙ୍ଗୁ ମଶା ଠାରୁ ଦୂରେଇ ରହିବା ପାଇଁ ନାଳ ନର୍ଦ୍ଦମା ସହ ନିଜ ଆଖପାଖ ଅଂଚଳଗୁଡିକ ସଫା ସୁତୁରା ସହ ପାଣି ଜମୁଥିବା ସ୍ଥାନଗୁଡିକକୁ ବିଶେଷ ଧ୍ୟାନ ଦେଇ ସେଗୁଡିକକୁ ନିୟମିତ ସଫା କରିବା ପାଇଁ ସଚେତନ ହେବା ପାଇଁ ଦଇ ସେଗୁଡିକକୁ ନିୟମିତ ସଫା କରିବା ପାଇଁ ସଚେତନ ହେବା ପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଉଅଛି ।

ରାୟଗଡ ଜିଲ୍ଲାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.