କେନ୍ଦୁପତ୍ର ତୋଳାଲିଙ୍କୁ କରୋନା ସଚେତନ କରାଇଲେ ସାମାଜିକ ଅନୁଷ୍ଠାନ

କଳାହାଣ୍ଡି,୧୩/୫: କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କେନ୍ଦୁପତ୍ର ଫଡ଼ିରେ କରୋନା ସଚେତନ ପାଇଁ ନବ ନିର୍ମାଣ ଏବଂ ଅସଙ୍ଗଠିତ ଶ୍ରମିକ ସଂଘ ତଥା ବ୍ଲକ ସ୍ତରୀୟ ଗ୍ରାମ ବିକାଶ ସମିତି ପକ୍ଷରୁ ଜନ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସରପଞ୍ଚ ସୁରେଶ ଚୌଧୁରୀ, ଶ୍ରମିକ ସଂଗଠନ ଜିଲ୍ଲା ସମ୍ପାଦକ ଚୈତନ୍ୟ ସାହୁ, ବ୍ଲକ ଭିଡ଼ିସି ସମ୍ପାଦକ ଭୁପିନ୍ଦର ଚୌଧୁରୀ, ପ୍ରମୁଖ ଯୋଗ ଦେଇ ଭୁଏରମୁଣ୍ଡା ଗାଁର ୭୦ ଜଣ ଓ ସିଲେଟପଡାର ୫୦ ଜଣ କେନ୍ଦୁ ପତ୍ର ତୋଳାଲି ଙ୍କୁ ମାକ୍ସ ବାଣ୍ଟିବା ସହ ସାମାଜିକ ଦୂରତା ଅବଳମ୍ବନ କରିବା, ସାବୁନରେ ହାତ ଧୋଇବା ଆଦି ବିବିଧ ବିଷୟ ଉପରେ ଉପରେ ସଚେତନ କରିଥିଲେ ।

Omkar Vasthu
Omkar Vasthu

ଠିକ ସେହିପରି ରିଞ୍ଜା ଗ୍ରାମପଞ୍ଚାୟତ ହାଇସ୍କୁଲର ପୁରାତନ ଛାତ୍ର ‘ସ୍ମାର୍ଟ ବୟେଜ଼ ଗ୍ରୁପ’ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା । ହାଇସ୍କୁଲର ପୁରୁଣା ଛାତ୍ରମାନେ ନିଜସ୍ୱ ପ୍ରୟାସରେ ପାଣ୍ଠି ସଂଗ୍ରହ କରି ରିଞ୍ଜ। ଓ ଟକାରୁମାଲ ଗାଁରେ ଘରକୁ ଘର ଯାଇ ଡେଟଲ ସାବୁନ ବାଣ୍ଟି ଥିଲେ ଏବଂ ବାରମ୍ବାର ହାତ ଧୋଇବାକୁ ଅନୁରୋଧ କରିବା ସହ ଲିଫଲେଟ ଜରିଆରେ ସଚେତନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.