ଅଙ୍ଗନୱାଡି କେନ୍ଦ୍ରରେ ୭ ବର୍ଷ ହେଲା ଶିଶୁଙ୍କୁ ଦିଆଯାଉ ନାହିଁ ଖାଦ୍ୟ

ଗୁରୁତର ଅଭିଯୋଗ ଆଣିଲେ ଖଜୁରିପଦର ଗ୍ରାମବାସୀ

Omkar Vasthu
Omkar Vasthu

ଲାଞ୍ଜିଗଡ଼,୧୫/୫: ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜିକୁ ପ୍ରାୟ ୭ ବର୍ଷ ହେବ ପାଠ ପଢା ଓ ଖାଦ୍ୟ ପାଇବାରୁ ଶିଶୁମାନେ ବଞ୍ଚିତ ଅଛନ୍ତି ବୋଲି ଲାଞ୍ଜିଗଡ ବ୍ଲକ ଖଜୁରିପଦରବାସୀ ଅଭିଯୋଗ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକର ଛତ୍ରପୁର ପଞ୍ଚାୟତ ଅଧିନ ଟାଙ୍ଗନକଣା ଅଙ୍ଗନୱାଡି କେନ୍ଦ୍ର ଅଧିନରେ ଖଜୁରୀପଦର ଗ୍ରାମ ରହିଛି । ତେବେ ଆଦିବାସୀ ବହୁଳ ଏହି ଗାଁର ଛୋଟ ଛୋଟ ଶିଶୁ ୭ ବର୍ଷ ହେଲା ପାଠ ପଢା ସହିତ ଖାଦ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି । ଏନେଇ ଖଜୁରୀ ପଦର ଗ୍ରାମବାସୀ ଗଣମାଧ୍ୟମ ଆଗରେ ତାଙ୍କର ଅଭିଯୋଗ ଜଣାଇଛନ୍ତି।

Udyog Nursery
Udyogi Nursery

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଆଜିକି ପ୍ରାୟ ୭ ବର୍ଷ ପୂର୍ବରୁ ଏହି ଖଜୁରୀ ପଦର ଗ୍ରାମର ଶିଶୁ ମାନେ ନିଜ ୱାଡ଼ର ନିକଟସ୍ଥ ମସ୍କା ପଦର ଅଙ୍ଗନବାଡ଼ି କେନ୍ଦ୍ରଠାରେ ନିୟମିତ ପଢିବାକୁ ଯାଉଥିଲେ ଓ ଖାଦ୍ୟ ମଧ୍ୟ ଦିଆଯାଉଥିଲା। କିନ୍ତୁ ଆଜିକି ୭ ବର୍ଷ ହେଲା ଖଜୁରିପଦର ଗ୍ରାମର ଶିଶୁ ମାନଙ୍କୁ ମସ୍କାପଦର ସେଣ୍ଟର ବଦଳରେ ଟାଙ୍ଗନକଣା ଅଙ୍ଗନୱାଡ଼ି କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଶିଶୁଙ୍କୁ ଏକ ମାସ ଖାଦ୍ୟ ଦେଇ ଆଜିକି ପ୍ରାୟ ୭ ବର୍ଷ ହେଲା ପାଠ ପଢା ନାହିଁକି ଖାଦ୍ୟ ମଧ୍ୟ ଦିଆଯାଉ ନାହିଁ। ଏ ବିଷୟରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କୁ ବାରମ୍ବାର ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିନିନାହିଁ । ଏହି ଗାଁର ୧୮ରୁ ଉର୍ଦ୍ଧ୍ବ ଶିଶୁ ପ୍ରାକ୍ ଶିକ୍ଷା ଗ୍ରହଣ ଓ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଖଜୁରିପଦର ଗାଁର ନୃପତି ମାଝୀ, ଇନ୍ଧୁମତି ମାଝୀ, ରାଜେଶ୍ୱରୀ ମାଝୀ, ସୂର୍ଯ୍ୟ ମାଝୀ, ସ୍ୱାଦି ମାଝୀ,ନଶିବରାମ ମାଝୀ, ଲମ୍ବୋଦର ମାଝୀ, ଅଭିମନ୍ୟୁ ମାଝୀ, ଆଦୁ ମାଝୀ, ଭୈରଵ ମାଝୀ, ଲଛ ମାଝୀ, ଲାକସା ମାଝୀ, ବ୍ରଜ ମାଝୀ ପ୍ରକାଶ କରିଛନ୍ତି।

ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଅଙ୍ଗୱାବାଡ଼ି କେନ୍ଦ୍ରରେ ଶିଶୁଙ୍କ ପାଠ ପଢା ଓ ଶିଘ୍ର ଖାଦ୍ୟ ପାଇପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.