ଗୁଜବ ପ୍ରଚାରର ଫାଇଦା ନେଉଛନ୍ତି ବ୍ୟବସାୟୀ : ରୁପ୍ରାରୋଡରେ କଳାବଜାରୀ ଅଭିଯୋଗ, ଚିନ୍ତାରେ ଖାଉଟି

ନର୍ଲା,୧୪/୫: ମହାମାରୀ କରୋନା ସଂକଟ ଯୋଗୁଁ ସାରା ଦେଶ ୩.୦ ଲକଡାଉନରେ ରହିଛି । ଏହି ସମୟରେ ସାଧାରଣ ଓ ନିମ୍ନ ମଧ୍ୟବିତ ପରିବାରର ଜୀବନ ଧାରଣ ବହୁ ମାତ୍ରରେ ପ୍ରତିହତ ହୋଇଛି । ସରକାର ଓ ପ୍ରଶାସନ ଅନ୍ୟାନ୍ୟ ଦିଗ ସହ ଖାଉଟି ସାମଗ୍ରୀର ଦର ସ୍ଥିର ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ମାଲ ପରିବହନ ପାଇଁ ମାଳବାହୀ ଗାଡି ଚଳାଚଳ ପାଇଁ ବ୍ୟବସାୟୀ ମାନଙ୍କୁ ସ୍ବିକୃତି ପ୍ରଦାନ କରାଯାଇଛି । ଏସବୁ ଭିତରେ ନର୍ଲା ପ୍ରଶାସନ ପକ୍ଷରୁ ରୁପ୍ରାରୋଡର ବ୍ୟବସାୟୀ ମାନଙ୍କ ସହ ବୈଠକ କରି ଆଳୁ, ପିଆଜ, ଚିନି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ନକରିବା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି । ଲକଡାଉନ ପ୍ରାରମ୍ଭରୁ ରୁପ୍ରାରୋଡ ସରପଞ୍ଚ ମଧ୍ୟ ବ୍ୟବସାୟୀଙ୍କ ଠାରୁ ଷ୍ଟକ ଲିଷ୍ଟ ନେଇ ପରିସ୍ଥିତି ଉପରେ ବରାବର ନଜର ରଖିଆସୁଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ରୁପ୍ରାରୋଡର ବ୍ୟବସାୟୀମାନେ ଏସବୁ ସାମଗ୍ରୀର ଠିକ ବିକ୍ରିବଟା କରି ସାରା ଜିଲ୍ଲାରେ ପ୍ରଶଂସାର ପାତ୍ର ପାଳଟିଥିଲେ କିନ୍ତୁ ବର୍ତ୍ତମାନ ଲୁଣ ଗୁଜବର ମଉକା ନେଇ କେତେକ ବ୍ୟବସାୟୀ କଳାବଜାରୀ କରୁଥିବା ଅଭିଯୋଗ ଆସିଛି । ଏପରି ବେପାରୀଙ୍କ ପାଇଁ ଏହି ବସ୍ତି ଉପରକୁ ପୁନଃ ଆଙ୍ଗୁଳି ଉଠିବା ଆରମ୍ଭ ହୋଇଛି ।

ଲକଡାଉନ ସମୟରେ ରୁପ୍ରାରୋଡ ବସ୍ତିରେ ଆଳୁ, ପିଆଜ, ଚିନି ଆଦିର ଦର ଏକ ପ୍ରକାର ଠିକ ଠାକ ଚାଲିଥିବା ବେଳେ କେତେକ ବ୍ୟବସାୟୀ ତେଳ, ଡାଲି, ନଡିଆ, ବେସନ, ମଇଦା, ଗୁଆ, ବିସ୍କୁଟ, ମିକ୍ଚର ଆଦି ସହ ଅନେକ ସାମଗ୍ରୀ ଚଢା ଦରରେ ବିକ୍ରି କରୁଥିବା ନଜରକୁ ଆସିଛି । ଲକଡାଉନ ସମୟରେ ପ୍ରଶାସନ ଅବକାରୀ ଦ୍ରବ୍ୟର ବିକ୍ରି ପୁରା ନିଶିଦ୍ଧ କରିଥିବା ବେଳେ ଚୋରା ଛପାରେ ଏସବୁ ଜିନିଷ ଚଢା ଦରରେ ବିକ୍ରି ହେଉଥିବା ଜନତା ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ଗତ ମଙ୍ଗଳବାର ଠାରୁ ଗୁଜବ ପ୍ରଚାର ଯୋଗୁଁ ଲୁଣର ବ୍ୟାପକ କଳାବଜାରୀ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳର ଛୋଟ ଛୋଟ ଦୋକାନୀ ଏପରିକି ଖାଉଟି ମାନେ ବସ୍ତା ବସ୍ତା ଲୁଣ ନେଇ ଯାଉଥିବା ଦେଖାଯାଉଛି । ହୋଲସେଲରେ ଯେଉଁ ଲୁଣ ୨୫ କିଲୋ ବସ୍ତା ୧୬୫ ଟଙ୍କା ଥିଲା ତାହା ୨୫୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଯେଉଁ ୫୦ କିଲୋ ବସ୍ତା ୩୨୦/୩୪୦ ଟଙ୍କା ପଡୁଥିଲା ଏବେ ତାହା ୫୦୦ ରୁ ୫୪୦ ରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । କେତେକ ବ୍ୟବସାୟୀ ଲୁଣ ସରିଯାଇଛି ବୋଲି ଗ୍ରାହକଙ୍କୁ ଫେରାଇ ଦେଉଥିବା‌ ଦେଖାଯାଇଛି । ଯାହା ଜଣାପଡୁଛି ଏପରି ହେଲେ ଆଗକୁ ଲୁଣର ଦର ଆକାଶ ଛୁଆଁ ହେବ ଓ ନୂଆପଡା ବଲାଙ୍ଗିର ଜିଲ୍ଲାରେ ସୃଷ୍ଟି ହୋଇଥିବା ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଉଚିତ୍ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ଅନ୍ୟପଟେ ଯେଉଁ କେତେକ ବ୍ୟବସାୟୀ କଳାବଜାରୀ କରି ରୁପ୍ରାରୋଡକୁ ବଦନାମ ଆଡକୁ ଠେଳି ନେଉଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି ।

ଏସମନ୍ଧରେ ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଞ୍ଜନ ରଣା ଓଡିଆ ବାର୍ତ୍ତାକୁ ଏକ ଅନୌପଚାରିକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ଯେଉଁ ବ୍ୟବସାୟୀମାନେ କଳାବଜାରୀ କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ସେ ଖାଉଟି ମାନଙ୍କୁ ଅନୁରୋଧ କରି କହିଛନ୍ତି – “ଗୁଜବ ଉପରେ ମୋଟେ ବିଶ୍ବାସ କରନ୍ତୁନାହିଁ । ଯଦି ଆମେ ଗୁଜବକୁ ବିଶ୍ବାସ କରି ଆବଶ୍ୟକତା ଠାରୁ ଅଧିକ ପରିମାଣରେ ସାମଗ୍ରୀ କ୍ରୟ କରିବା ତେବେ ବ୍ୟବସାୟୀମାନେ କଳାବଜାରୀ କରିବେ, ଫଳରେ ଆମ୍ଭେମାନେ ହିଁ କ୍ଷତିଗ୍ରସ୍ଥ ହେବା । ତେଣୁ କୌଣସି ଗୁଜବରେ ବିଶ୍ବାସ କରନ୍ତୁ ନାହିଁ କିମ୍ବା ଅଜଥାରେ ଭୟଭିତ ହୁଅନ୍ତୁନାହିଁ ।” ଆଗକୁ ସରପଞ୍ଚ ଶ୍ରୀ ରଣା ବ୍ୟବସାୟୀ ମାନଙ୍କୁ ଅନୁରୋଧ କରି କହିଛନ୍ତି – “ଜନତାଙ୍କ ସରଳତାର ସୁଯୋଗ ନେଇ ମୋଟେ କଳାବଜାରୀ କରନ୍ତୁନାହିଁ । ମହାମାରୀ କରୋନା ସହ ଲଢେଇ କରିବା ପାଇଁ ଆପଣ ମାନଙ୍କ ସହଯୋଗ ଅତି ଜରୁରୀ ତେଣୁ ଦରଦାମ ସ୍ଥିର ରଖନ୍ତୁ ଓ ନିଜ ସମ୍ମାନକୁ ବଞ୍ଚେଇ ରଖନ୍ତୁ ।”

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.