ଲକଡାଉନରେ ବିଦ୍ୟୁତ ବିଲ ଆଦାୟ : ସ୍ଥଗିତ ଆଦେଶରେ ଫାଇଦା ନେଉଛି କିଏ ? 

ସୁବର୍ଣ୍ଣପୁର,୧୭/୫: ଚାଲିଛି କରୋନା ଲଢେଇ । ସାରା ଦେଶ ଲକଡାଉନରେ ରହିଛି । ଏଭଲି ଏକ ଜାତିୟ ବିପତ୍ତି ସମୟରେ ସରକାର ବିଦ୍ୟୁତ ବିଲ ଆଦାୟ, ବ୍ୟାଙ୍କ ଓ ଫାଇନାସ ଇଏମଆଇ, ସ୍କୁଲ ଫି ଗୁଡିକ ଆଦାୟ ହୋପାରିବ ନହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ତେବେ ସୋନପୁର ସହରରେ ରିଡିଙ୍ଗ ନେଇ ବିଲ ବଂଟନ ଓ ବିଲ ଆଦାୟ କାମ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ଯାହା ଖାଲି ସରକାରଙ୍କ ନିର୍ଦ୍ଧେଶର ଉଲଙ୍ଘନ ନୁହେଁ ବରଂ ୩ ମାସିଆ ବିଲ ଯୋଗୁ କ୍ଷତି ସହିବାକୁ ପଡୁଛି ଘୋରୋଇ ଉପଭୋକ୍ତାଙ୍କୁ ।

Omkar Vasthu
Omkar Vasthu

ସୁଚନା ମତେ ବ୍ୟବହୃତ ବିଲକୁ ସ୍ଲବରେ ବିଭକ୍ତ କରାଯାଇ ଅଲଗା ଅଲଗା ଦରରେ ହିସାବ ହୋଇ ମୋଟ ବିଲ ଗ୍ରାହକଙ୍କୁ ଦେବାକୁ ପଡେ । ପ୍ରଥମ ୧୦୦ୟୁନିଟ ପାଇଁ ୨ଟ ୫୦ ପଇସା, ଦ୍ୱିତିୟ ସ୍ଲାବ ପାଇଁ ଦର ୪ଟ ୩୦ପାଇସା, ୩ୟ ସ୍ଲାବ ପାଇଁ ୫ଟ ୩୦ ପଇସା । ତେବେ ତିନି ମାସର ଏକା ସାଙ୍ଗେ ବିଲିଙ୍ଗ ହେତୁ ଦୁଇସହ ୟୁନିଟ ଯାହା ଅଲଗା ହୋଇଥିଲେ କମ ଦର ରେ ପଇଠ କରିବାକୁ ପଡିଥାନ୍ତା, ତାପାଇଁ ଅଧିକା ଦେବାକୁ ହେବ ୨୫୦ ୟୁନିଟରୁ ବ୍ୟବହାର କରୁଥିବା ଗ୍ରାହକ ଏବେ ଦେବେ ଅଧିକ ୧୦୦୦ ଟଙ୍କାରୁ ଅଧିକ ତେଣୁ ବିଦ୍ୟୁତ ବିଲ ଆଦାୟ ଲକ ଡାଉନ ବେଳେ ସରକାରଙ୍କ ଘୋଷଣା କମ୍ପାନି ପାଇଁ ବରଦାନ, ଘୋରୋଇ ଗ୍ରାହକଙ୍କ ପାଇଁ ବୋଝ ଉପରେ ଲଲିତାବିଡା ସଦୃଶ ।

Pearl dental clinic
Near Ashish Medical Store, Bhawanipatna

ତେବେ ଏଠି ପ୍ରଶ୍ନ ଉଠେ ସରକାରଙ୍କ ସ୍ଥଗିତ ନିର୍ଦ୍ଧେଶ କାହାପାଇଁ ? ଜନସାଧାରଣ ପ୍ରତି ଅନୁକମ୍ପା ନା କମ୍ପାନିକୁ ମୁନାଫାଦେବାର ଷଢଯନ୍ତ୍ର ବୋଲି ପ୍ରଶ୍ନ ଉଠେ । ତେବେ ଜାତିୟ ବିପଦ ବେଲେ ଲୋକଙ୍କୁ ଦିନ ଦ୍ୱିପହରରେ ଲୁଟ କରିବା ସଦୃଶ ବୋଲି କଥାଉଠେ । ତେଣୁ ସରକାରଙ୍କ ବିଭାଗିୟ ମନ୍ତ୍ରୀ ତୁରନ୍ତ ଘଟଣାକୁ ଅନୁଧ୍ୟାନ କରି ସଂପୃକ୍ତ କମ୍ପାନି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Udyog Nursery
Udyogi Nursery

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.