● ନିରଞ୍ଜନ ନାୟକ
ଦିନେ ଅତୁଳନୀୟ ଥିଲା
ତା’ର ବଳ ବହପ
ମୁଖମଣ୍ଡଳରେ ତାର
ଉକୁଟି ଉଠୁଥିଲା
ବିକଟାଳ ହସ
ଚେପେଟା ନାକ
ବାହାଡା ଦାନ୍ତ
ଟେରାଟେରା ଆଖି
ଦୀର୍ଘ ଲମ୍ବା ନିଶ
ସେ ଛୁଇଁଦେଲେ ତୁମର
ମୁଣ୍ଡ ସର୍ବାଙ୍ଗଶରିର
ନିଶ୍ଚିତ ତଥାସ୍ତୁ ଭଷ୍ମ ଭଷ୍ମ ଭଷ୍ମ
ତାର ଅବିକଳ ରୂପଧରି
ବୋଧହୁଏ
ଏବେ ଧରାପୃଷ୍ଟରେ
ଓହ୍ଲାଇ ଆସିଛି ଅଦୃଶ୍ୟ ଅସୁର
ତାରି ଛୁଆଁ ରେ ଜଣ ପରେ ଜଣେ
ନିଶ୍ଚିତ ଆକ୍ରାନ୍ତ ଏଠି ସେଠି ସବୁଠି
ସଙ୍କ୍ରମିତ
ମାନବର ଏ କ’ଣ ଦୟନୀୟ ସ୍ଥିତି !
ଶ୍ରେଷ୍ଠ ମଣିଷ କୁ ଏବେ
ଅଦୃଶ୍ୟ ଭୂତାଣୁର ଭୟ
ଭୂମି ଠାରୁ ଭୂମା ସମସ୍ତେ ତବ୍ଧ
ତା ସ୍ଥିତି ବି ସ୍ଥାୟୀ ନୁହେଁ
ଦିନ ଆସିବ ସେ ନିଜ
ମୁଣ୍ଡରେ ନିଜେ ହାତ ଦେଇ
ଜଳିଯିବ
ଭଷ୍ମାସୁର ଭଳି ଭଷ୍ମହେବ
ତଥାସ୍ତୁ ଭଷ୍ମହେବ ।