ଶ୍ରମ ସମୟ ୧୨ ଘଣ୍ଟା ବୃଦ୍ଧି ସୂଂପର୍ଣ୍ଣ ଭାବେ ଅଗଣତାନ୍ତ୍ରିକ, ଅଣ ସାମ୍ବାଧାନିକ ଓ ଶ୍ରମିକ ବିରୋଧୀ

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମିଳିତ ମଂଚ ରାୟଗଡ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ରାୟଗଡ,୨୨/୫: ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ମିିଳିତ ମଂଚ ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ମେ’୨୨ତାରିଖ ଶୁକ୍ରବାର ଦିନ ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ମର୍ମରେ ରାୟଗଡ ଜିଲ୍ଳାରେ ଥିବା କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଂଚର ଆଇଏନଟିୟୁସି ସଂଗଠନର ଭବାନୀଶଙ୍କର ଜେନା, ରୁନା ନାୟକ, ସନ୍ତୋଷ କୁମାର ଦାଶ, ସିଆଇଟିୟୁ ସଂଗଠନର ସୁନୀଲ କୁମାର କର, ଚନ୍ଦନା ହରିନ୍ଦ୍ରନାଥ, ଏନଏଫଆଇଟିୟୁ ର ନିରଜଂନ ପାତ୍ର ଓ ଗଣେଷ ହିମିରିକା, ଏଆଇଟିୟୁସି ର ବଳରାମ କୈାଶଲ୍ୟା,ଏଆଇସିସିଟିୟୁ ର ବୃନ୍ଦାବନ ବିଡିକା, ରାମଚନ୍ଦ୍ର ପ୍ରାସ୍କା, ଏଚଏମଏସ ସଂଗଠନର ଅନୀଲ କୁମାର ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଜିଲ୍ଳାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜରୁରୀକାଳୀନ ଅଧିକାରୀ ସୁକାନ୍ତ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ରରେ ଫ୍ୟାକ୍ଟେରୀ ଆଇନ (୧୯୪୮) ଅନୁଯାୟୀ ଶ୍ରମ ସମୟ ଦୈନିକ ଆଠ ଘଂଟା ସ୍ଥିର ଥିବା ବେଳେ କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରି ୮ଘଂଟା ପରିବର୍ତେ ଶ୍ରମିକମାନେ ୧୨ଘଂଟା ଦୈନିକ ଶ୍ରମଦାନ କରିବା ପାଇଁ ଯେଉଁ ଉଦ୍ୟମ କରିଛନ୍ତି ଏବଂ ରାଜ୍ୟ ସରକାର ତାହାକୁ ରାଜ୍ୟରେ ଘୋଷଣା କରୁଛନ୍ତି ତାହା ସୂଂପର୍ଣ୍ଣ ଭାବେ ଅଗଣତାନ୍ତ୍ରିକ, ଅଣ ସାମ୍ବାଧାନିକ ଓ ଶ୍ରମିକ ବିରୋଧୀ ହୋଇଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ କରାଯାଉଛି ବୋଲି ସିଆଇଟିୟୁର ଉପଦେଷ୍ଠା ଶ୍ରୀ କର ପ୍ରକାଶ କରିଛନ୍ତି ।

ଏଥିସହ ଶ୍ରମିକମାନେ କେବଳ ୮ ଘଂଟା ହିଁ କାମ କରିବେ, ପ୍ରତ୍ୟେକ ଶ୍ରମିକଙ୍କୁ ମାସିକ ଦରମା ୨୧ହଜାର ଟଙ୍କା ପ୍ରଦାନ କରିବା,କୋଭିଡ-୧୯ଡ୍ୟିୁଟିରେ ଥିବା ଶିକ୍ଷକମାନଙ୍କୁ କରୋନା ଯୋଦ୍ଧାରେ ଅଭିନିତ କରିବା ସହ ସେମାନଙ୍କୁ ୫୦ଲକ୍ଷ ଟଙ୍କାର ଜୀବନ ବୀମା ଘୋଷଣା କରିବା, ଡ୍ରାଇଭର, ଉଠା ବ୍ୟବସାୟୀ, ଠେଲା ବ୍ୟବସାୟୀ ଭଳି ଅନ୍ୟ ଅସଂଗଠିତ ଶ୍ରମିକମାନେ ଲକଡାଉନ ଯୋଗୁଁ ରୋଜଗାର ହରାଇ ଥିବାରୁ ସେମାନଙ୍କୁ ମାସିକ ୭୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବିଗୁଡିକ ରହିଥିବା ସେ ପ୍ରକାଶ କରିଥିଲେ ।

କରୋନା ସଂକ୍ରମଣ ଜନିତ ରୋଗ ରୋକିବା ପାଇଁ ସାରା ଦେଶରେ ମାର୍ଚ୍ଚ ୨୪ରୁ ଲକଡାଉନ ଯୋଗୁଁ ଓଡିଶାର ୪୫ଲକ୍ଷ ଶ୍ରମିକ କାମ ହରାଇଛନ୍ତି । ଅସଂଖ୍ୟ ଆତ୍ମ ନିଯୁକ୍ତି ଲୋକ ବର୍ତମାନ ରୋଜଗାର ଶୂନ୍ୟ । ପ୍ରବାସୀ ଓଡିଆ ଶ୍ରମିକମାନେ ଏବେ କାମ ମାଗୁଛନ୍ତି । ଏଭଳି ଦାରୁଣ ପରିସ୍ଥିତିରେ ରାଜ୍ୟ ସରକାର ସମସ୍ୟାର ସମାଧାନ କରିବା ପରିବର୍ତେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ସଫଳ କରିବାକୁ ଯାଇ ରାଜ୍ୟରେ ମଧ୍ୟ ଦୈନିକ ୧୨ଘଂଟା କାମ କରାଯିବା ପାଇଁ ଘୋଷଣା କରିଛନ୍ତି ଓ ରାଜ୍ୟର ଶ୍ରମିକ ସଙ୍କଟକୁ ବଢାଇଛନ୍ତି । ପୂର୍ବରୁ ଦୈନିକ ଆଠ ଘଂଟା କାମ କରିବା ଏହା ଶ୍ରମିକ ଶ୍ରେଣୀର ଦୀର୍ଘ ସଂଗ୍ରାମର ଫଳ ।

ନୂଆ ନିୟମରେ ଦୈନିକ ୧୨ଘଂଟା କାମ ଓ ସପ୍ତାହରେ ୭୨ଘଂଟା କାମ କଲେ ଏହାର ପ୍ରଭାବରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବ । ଫଳରେ ଶ୍ରମିକମାନଙ୍କ ପରିବାର ବର୍ଗ ଏହାର ଶୀକାର ହେବେ ଓ ଦୟନୀୟ ଅବସ୍ଥାକୁ ଚାଲି ଆସିବେ । ତେଣୁ ରାଜ୍ୟ ସରକାର ଅବିଳମ୍ବେ ଏହି ଘୋଷଣାକୁ ପ୍ରତ୍ୟାହାର କରି ଶ୍ରମିକମାନଙ୍କ ସାମ୍ବିଧାନିକ ଅଧିକାରକୁ ଲୋପ କରିବାକୁ ନେଇଥିବା ନିଷ୍ପତିରୁ ଓହରି ଯିବେ ବୋଲି ଆଶା କରିଛୁ ବୋଲି ଆଇଏଟିୟୁସି ସଂଗଠନର ଭବାନୀ ଶଙ୍କର ଜେନା ଓ ସିଆଇଟିୟୁ ସଂଗଠନର ଚନ୍ଦନା ହରେନ୍ଦ୍ରନାଥ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.