ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ଓ ‘ମୋନା’ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ବାଲେଶ୍ବର,(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) : ବାଲେଶ୍ବର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ର ବାଲେଶ୍ବର ଶାଖା ପକ୍ଷରୁ ମିଳିତ ଭାବେ ମେଡ଼ିକାଲ କମିଟି କାର୍ଯ୍ୟାଳୟରେ ସଭାପତି ପ୍ରଫେସର ଅନନ୍ତ ପ୍ରଧାନଙ୍କ ସଭାପତିତ୍ବରେ ଏବଂ ମୋନାର ସଭାପତି ପ୍ରଭାକର ସାହୁଙ୍କର ସ୍ବାଗତ ଆହ୍ବାନ କ୍ରମେ ଏକ ବୈଠକ ଶନିବାର ଅପରାହ୍ଣ ଘ୫ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କରୋନା ଯୋଦ୍ଧାଙ୍କ ପ୍ରୋତ୍ସାହନ ପାଇଁ ଏହି ମାଟିର ସୁଯୋଗ୍ୟ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ…’ ଜାତୀୟ ସଂଗୀତକୁ ସମୂହ ଭାବେ ଗାନ କରାଯାଇଥିଲା। ପ୍ରସଙ୍ଗ କ୍ରମେ କରୋନା ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧନା ଓ ସେମାନଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସଂଗେ ଆଲୋଚନା କରିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ୬୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ ନିମାର୍ଣ କ୍ଷେତ୍ରରେ ବିଳମ୍ବ ଜନିତ ଚିନ୍ତା ପ୍ରକଟ କରାଯିବା ସହ ‘କରୋନା ଟେଷ୍ଟ’ ପାଇଁ ଆସନ୍ତା କାଲିଠାରୁ ଟେଷ୍ଟ ସେଣ୍ଟର କାର୍ଯ୍ୟକ୍ଷମ ହେଉଥବାରୁ କତ୍ତୃର୍ପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ ମଧ୍ୟ କରାଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କୁ ରେମୁଣାସ୍ଥିତ ମେଡ଼ିକାଲ କଲେଜରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିଲା।

Omkar Vasthu
Omkar Vasthu

ଏହି ବୈଠକରେ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ା, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ବାଲେଶ୍ବର ଶାଖାର ସାଧାରଣ ସଂପାଦିକା ମମତା ମହାପାତ୍ର, ନିରଞ୍ଜନ ରାଉତ, ପ୍ରଦୀପ ଦାସ, ପ୍ରଫୁଲ୍ଲ କୁମାର ଦାସ, ଶ୍ରଦ୍ଧଞ୍ଜଳି ରାୟ, ତାପସ କୁମାର ସାହୁ, ଶ୍ୟାମସୁନ୍ଦର ବେଜ୍, କମଳାକାନ୍ତ ଦାଶ, ପୂର୍ଣ୍ଣଚନ୍ଦ୍ର ବେହେରା, ରବି କୁମାର ପାଣିଗ୍ରାହୀ, ବନମାଳି ନାୟକ, ପୁରୁଷୋତ୍ତମ ବେହେରା, ସଚିନ୍ଦ୍ର ଦାସ, ଭକ୍ତବନ୍ଧୁ ଅଗସ୍ତି, ଶ୍ୟାମ ସୁନ୍ଦର ଜେନା, କାର୍ତ୍ତିକ ଚନ୍ଦ୍ର ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଯୋଗେଶଚନ୍ଦ୍ର ପ୍ରଧାନ, ଶାଶଙ୍କ ଶେଖର ଦତ୍ତ, ଅକ୍ଷୟ କୁମାର ତ୍ରିପାଠୀ, ରମେଶଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଦସ୍ୟ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.