ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ

ରାୟଗଡ,୩୦/୫ : ମହାମାରୀ କରୋନା ମୁକାବିଲାରେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୁଦ୍ଧ ଯୁଦ୍ଧରେ ଲଢୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଅପରାହ୍ନ ଠିକ ୫ଟା ୩୦ ମିନିଟରେ ମଧ୍ୟ ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମଧ୍ଯ ସାମାଜିକ ଦୁରତ୍ବର ଅନୁପାଳନ କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଯାଇଥଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ଅନ୍ୟାନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲଢୁଥିବା କରୋନ ଯୋଦ୍ଧାକୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ସେହିପରି ବ୍ଳକର ସମସ୍ତ ଗ୍ରାମ ପଂଚାୟତ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ( ଟିଏମସି),ସିଆରସି ଅାଦି ସ୍ଥାନରେ ଉପସ୍ଥିତ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗନ କରିଥିଲେ ବୋଲି ଏବିଡିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.