କଳାହାଣ୍ଡି,୩୧/୫: ଆଗକୁ ଆସୁଛି ବର୍ଷା ଋତୁ । ଏହି ସମୟରେ ଶ୍ରମିକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇ ଦେବାର ଯୋଜନା କରୁଛନ୍ତି ସରକାର । ଏହି ପରିପ୍ରେକ୍ଷିରେନକର୍ଲମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ସବୁ ଆୟୋଜିତ ହେଉଛି । ସେହି କ୍ରମରେ ରବିବାର ଦିନ ରିଷିଡା ପଞ୍ଚାୟତ ସଭାଗୃହ ଠାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବର୍ଷା ଦିନରେ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଉଦ୍ଧେଶ୍ୟରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ନାଏବ ସରପଞ୍ଚ କୈଳାସ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗ୍ରାମସଭାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷିରସିନ୍ଦୁ ରଣା, ଗ୍ରାମ ରୋଜଗାର ସେବକ ଗଜାନନ ଗହୀର, ନରେଗା ସହାୟକ ତଥା ନୋଡାଲ ଅଫିସର ବିରଞ୍ଚି ଗହିର ପ୍ରମୁଖ ଯୋଗଦେଇ ଆଗାମୀ ବର୍ଷା ଚାରି ମାସ ଏମଜିଏନଆରଇଜିଏ ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗେଇ ଦେବା ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରିବା ପାଇଁ ଆଲୋଚନା କରିଥିଲେ ।