ନେସ୍କୋର ସହଯୋଗ : ବିଦ୍ୟୁତ୍ ଗ୍ରାହକଙ୍କ ସମସ୍ୟାକୁ ନେଇ ସିଭିଲ୍ ସୋସାଇଟି ସହ ହେଲା ଆଲୋଚନା

● ଲକ୍‌ଡାଉନ୍‌ରେ ହୋଇଥିବା ତ୍ରୁଟିପୂର୍ଣ୍ଣ ବିଲ୍‌ର ଅଭିଯୋଗ ମାତ୍ରେ ସଂଶୋଧନ ନିଷ୍ପତ୍ତି
● ଓଭର୍‌ଲୋଡ୍ ଓ ଲୋ’ ଭୋଲ୍‌ଟେଜ୍ ଅଭିଯୋଗର ହେବ ପ୍ରତିକାର

ବାଲେଶ୍ୱର,୨/୬(କୃଷ୍ଣକୁମାର ମହାନ୍ତି): ବିଦ୍ୟୁତ୍ ବିତରଣ ସଂସ୍ଥା ‘ନେସ୍କୋ’ତାର ଗ୍ରାହକମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେବା ପରେ ‘ବାଲେଶ୍ୱର ସିଭିଲ୍ ସୋସାଇଟି’ ଏଥିପାଇଁ ଅଣ୍ଟା ଭିଡ଼ିଥିଲା । ଗତ ସପ୍ତାହରେ ସୋସାଇଟି ଜିଲ୍ଲାପାଳ, ନେସ୍କେର ପରିଚାଳନା ନିର୍ଦ୍ଦେଶକ ଏବଂ ଓଇଆର୍‌ସିର ଚେୟାରମ୍ୟାନ୍‌ଙ୍କୁ ଛଅ ଦଫା ଦାବିପତ୍ର ପ୍ରଦାନ କରିଥିଲା । ଦାବିପୂରଣ ନହେଲେ ଆସନ୍ତା ୧୫ ଦିନ ପରେ ବ୍ୟାପକ ଆନ୍ଦୋଳନ ପାଇଁ ସୋସାଇଟି ତରଫରୁ ଚେତାବନୀ ମଧ୍ୟ ଦିଆ ଯାଇଥିଲା । ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ କରି ସରଳ ଓଡ଼ିଆ ଭାଷାରେ ବିଦ୍ୟୁତ୍ ବିଲ୍ ପ୍ରଦାନ ଓ ବିଲ୍ ପଇଠ ପାଇଁ ୧୫ ଦିନ ବ୍ୟବଧାନରେ ବିଜୁଳି କର ଆଦାୟ କରାଯିବା ଥିଲା ଏହି ଦାବିର ଅଂଶବିଶେଷ । ଏହାଛଡ଼ା ନେସ୍କୋ ଦ୍ୱାରା ଲଗା ଯାଇଥିବା ମିଟର୍ ରେଣ୍ଟ୍ ୪୦ ମାସ ପରେ ପ୍ରତ୍ୟାହାର କରିବା ଓ ଗ୍ରାହକ ନିଜେ ଲଗାଇଥିବା ମିଟର ରେଣ୍ଟ୍ ବାବଦକୁ ନେଇଥିବା ଅର୍ଥ ଫେରସ୍ତ କରିବା, କେବଳ ବିଦ୍ୟୁତ୍ ଶୁଳ୍କ ବ୍ୟତୀତ ଅନ୍ୟ ଟିକସ ପ୍ରତ୍ୟାହାର କରିବା, ଦୀର୍ଘବର୍ଷ ଧରି ଲାଗିଥିବା ପୁରୁଣା ବିଦ୍ୟୁତ୍ ଖୁଣ୍ଟ, ତାର ଓ ଟ୍ରାନ୍‌ସଫରମର୍ ପ୍ରଭୃତି ବଦଳ କରିବା, ଲକ୍‌ଡାଉନ୍ ସମୟରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍ ଶୁଳ୍‌କ ଛାଡ଼ କରିବା, ଗ୍ରାହକ ଅନୁପାତରେ କର୍ମଚାରୀ ନିଯୁକ୍ତି ପ୍ରଭୃତି ଦାବି କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୋମବାର ଅପରାହ୍ନରେ ନେସ୍କୋ ସଂସ୍ଥାର ବରିଷ୍ଠ ଅଧିକ୍ଷଣ ଯନ୍ତ୍ରୀ ଇଂ. ବି.ଏସ୍‌. ପରିଡ଼ାଙ୍କ ଆହ୍ୱାନ କ୍ରମେ ବିଭାଗୀୟ ଅଧିକାରୀ ଓ ସିଭିଲ୍ ସୋସାଇଟିର ପ୍ରତିନିଧିମାନଙ୍କର ବାଲିଆସ୍ଥିତ ନେସ୍କୋ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ନେସ୍କୋ କର୍ତ୍ତୃପକ୍ଷଙ୍କ କ୍ଷମତାଧୀନ ଦାବିଗୁଡ଼ିକ ଯଥାଶୀଘ୍ର ପୂରଣ କରିବାକୁ ଓ ଅନ୍ୟ ଦାବିଗୁଡ଼ିକ ଓଇଆର୍‌ସି.ଙ୍କୁ ଅବଗତ କରାଇବାକୁ ଆଲୋଚନାରେ ନିଷ୍ପତ୍ତି ହୋଇଛି । ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ସରବରାହରେ ବାଧା ସୃଷ୍ଟି କରୁଥିବା ସମସ୍ତ ବିଦ୍ୟୁତ୍ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ସରଞ୍ଜାମକୁ ଚଳିତମାସ ମଧ୍ୟରେ ପରିବର୍ତ୍ତନ କରିବା, ମିଟର ରେଣ୍ଟ୍ ବାବଦରେ ଆଦାୟ କରା ଯାଇଥିବା ଅଧିକ ଅର୍ଥକୁ ବିଦ୍ୟୁତ୍ ବିଲ୍‌ରେ ବ୍ୟବସ୍ଥିତ କରିବା, ଓଡ଼ିଆ ଭାଷାରେ ବିଦ୍ୟୁତ୍ ବିଲ୍ ପ୍ରଦାନ, ତ୍ରୁଟିପୂର୍ଣ୍ଣ ବିଲ୍‌ର ଅଭିଯୋଗ କ୍ରମେ ସଂଶୋଧନ ପ୍ରଭୃତି ଦାବିଗୁଡ଼ିକ ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Udyog Nursery
Udyogi Nursery

ଏହି ବୈଠକରେ ନେସ୍କୋ କର୍ତ୍ତୃପକ୍ଷଙ୍କ ତରଫରୁ ବିଦ୍ୟୁତ୍ ଗ୍ରାହକମାନେ ବ୍ୟବହାର କରୁଥିବା ବିଦ୍ୟୁତ୍ ପରିମାଣର କିଲୋୱାଟ୍ ପାଇଁ ଅନୁମତି ନେବାକୁ ଅନୁରୋଧ କରାଯାଇଛି । ଫଳରେ ଓଭରଲୋଡ଼୍ ଓ ଲୋ’ ଭୋଲ୍‌ଟେଜ୍ ଅଭିଯୋଗର ପ୍ରତିକାର କରା ଯାଇପାରିବ ବୋଲି ନେସ୍କୋ ତରଫରୁ କୁହାଯାଇଛି ।

ଏହି ଆଲୋଚନାରେ ନେସ୍କୋର ନିର୍ବାହୀ ଯନ୍ତ୍ରୀ ଇଂ. ବିମାନ ଜେନା, ଏସ୍‌.ଡି.ଓ. ଇଂ. ସୌମ୍ୟରଞ୍ଜନ ବେହେରା ଓ ଏକାଉଣ୍ଟ୍‌ସ ଅଧିକାରୀ କୃତ୍ତିବାସ ପଣ୍ଡା ଓ ହେରେମ୍ବ ନାରାୟଣ ପଣ୍ଡାଙ୍କ ସମେତ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସଦସ୍ୟ ଜୟନ୍ତ ଦାସ, ଆଶୁତୋଷ ପରିଡ଼ା, ଦେବାଶିଷ ସିଂହ, ଅରୁଣ ଜେନା ଓ ବେଣୁଧର ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରତିଶ୍ରୁତିଗୁଡ଼ିକ କାର୍ଯ୍ୟକାରୀ ନହେଲେ ବିଦ୍ୟୁତ୍ ଗ୍ରାହକମାନଙ୍କୁ ସଂଗଠିତ କରି ସିଭିଲ୍ ସୋସାଇଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୋସାଇଟି ତରଫରୁ କୁହାଯାଇଛି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.