ଜେକେ କାଗଜ କଳ ଠିକା ଶ୍ରମିକଙ୍କ ତରଫରୁ ୧୨ଦଫା ଦାବି ନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର

ଲକଡାଉନରେ ଠିକା ଶ୍ରମିକଙ୍କ ଅସନ୍ତୋଷ

ତ୍ରିପାକ୍ଷିକ ଆଲୋଚନାର ପ୍ରତିଶୃତିକୁ କାର୍ଯ୍ୟକାରୀ କରୁନାହିଁ କମ୍ପାନୀ – ଠିକା ଶ୍ରମିକ ସଂଘ ସଂପାଦକ

ରାୟଗଡ,୨/୬: ମହାମାରୀ କରୋନା ସଂକ୍ରମଣର ଭୟାଭୟତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା ଜାରି ରଖିଛନ୍ତି । ଫଳରେ ସିଧାସଳଖ ପ୍ରଭାବ ପଡିଛି ଶିଳ୍ପାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଥିବା ଠିକା ଶ୍ରମିକମାନଙ୍କ ଉପରେ । ରାୟଗଡ ଜିଲ୍ଳାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେପୁରସ୍ଥିତ ଜେକେ କାଗଜ କଳର ଠିକା ଶ୍ରମିକମାନେ ଲକଡାଉନ ଯୋଗୁଁ କମ୍ପାନୀରେ ଠିକ୍ ଭାବେ ନିୟମିତ ଡ୍ୟିୁଟି ପାଇ ପାରୁ ନ ଥିବା ବେଳେ ପୂର୍ବରୁ ତତ୍କାଳୀନ ଜିଲ୍ଳାପାଳ ଓ ଏସି.ପି.ଙ୍କ ମଧ୍ୟସ୍ଥିରେ କମ୍ପାନୀ କର୍ତୁପକ୍ଷ ଓ ଠିକା ଶ୍ରମିକମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିପାକ୍ଷିକ ଆଲୋଚନାରେ ଶ୍ରମିକଙ୍କ ଦାବି ଉପରେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବାର ପ୍ରତିଶୃତି ପାଳନ ଦିଗରେ କମ୍ପାନୀ ପଛଘୁଂଚା ଦେଉଥିବା ଅଭିଯୋଗ ଆଣିଛନ୍ତି ଠିକା ଶ୍ରମିକ ସଂଘ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଜେକେ କାଗଜ କଳ ଠିକା ଶ୍ରମିକ ୟୁନିୟନର ସଂପାଦକ ପେଦେଂଟି ରାମୁଲୁଙ୍କ ନେତୃତ୍ୱରେ ଠିକା ଶ୍ରମିକମାନେ ୧୨ଦଫା ଦାବି ନେଇ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଆଣିଥିବା ଦାବିପତ୍ରକୁ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଗ୍ରହଣ କରିଛନ୍ତି । ଏହି ଦାବିପତ୍ରରେ ସମସ୍ତ ଠିକା ଶ୍ରମିକଙ୍କୁ କ୍ୟାଂଟିନ୍ ଭତା ବାବଦକୁ ଦୈନିକ ୮ଟଙ୍କା ୫୦ପଇସା କରିବା,ଗୃହ,ସାଇକେଲ ଓ ଶିକ୍ଷା ଭତା ବାବଦକୁ ବାର୍ଷିକ ୨୯୦୦ଟଙ୍କା ପ୍ରଦାନ କରିବା,ଠିକା ଶ୍ରମିକଙ୍କୁ ବାର୍ଷିକ ସେବା ସଂଖ୍ୟା କ୍ରମରେ ସେମାନଙ୍କୁ ବରିଷ୍ଠତା ଭତା ପ୍ରଦାନ କରିବା,ଚିପିଙ୍ଗ ହାଉସରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନିର୍ଦ୍ଧାରିତ ଦୈନିକ ମଜୁରୀ ପ୍ରଦାନ କରିବା ଦାବି ରହିଥିବା ବେଳେ କେ ଭାରତୀ କଂଟ୍ରାକ୍ଟର ପାଖେ କାର୍ଯ୍ୟରତ ଠିକା ଶ୍ରମିକମାନେ ଦୈନିକ ମଜୁରୀ କମ ପାଉଥିବାରୁ ସେମାନଙ୍କୁ ଉଚିତ୍ ମଜୁରୀ ପ୍ରଦାନ କରିବା,ସ ମିସ୍ଟ ଚାମ୍ବର ଶ୍ରମିକଙ୍କୁ ମାସିକ ପ୍ରୋତ୍ସାହନ ରାଶି ୫୫୦ଟଙ୍କା ପ୍ରଦାନ କରିବା, ଠିକା ଶ୍ରମିକଙ୍କୁ ସମସ୍ତ କଂଟ୍ରାକ୍ଟର ତରଫରୁ ସୁରକ୍ଷା ସାମଗ୍ରୀ ଯୋଗାଇ ଦେବା, ଅନ୍ୟ ଶ୍ରମିକଙ୍କୁ ନେଇ କାମ ଚଳେଇ ନେବା ସହ ଠିକା ଶ୍ରମିକମାନଙ୍କୁ ବେତନ ରସିଦ ପ୍ରଦାନ କରୁ ନ ଥିବାରୁ ଏହା ନିୟମ ଉଂଲଘନ କରୁଥିବାରୁ ବେତନ ରସିଦ ପ୍ରଦାନ କରିବା, ପିଏଫ୍ ଏକାଉଂଟର ଜଡିତକରଣ କରିବା ଏବଂ ଠିକା ଶ୍ରମିକଙ୍କ ନିମନ୍ତେ ଦକ୍ଷତା ବିକାଶ ପରୀକ୍ଷା କରିବା ଆଦି ଦାବି ରହିଥିବା ବେଳେ ଲକଡାଉନ ବେଳେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କୈାଣସି ଶ୍ରମିକଙ୍କ ମଜୁରୀରୁ ପିଏଫ ଟଙ୍କା କଟିବ ନାହିଁ ତେଣୁ ଯେଉଁ ଠିକା ଶ୍ରମିକଙ୍କ ଟଙ୍କା କଟାଯାଇଛି ତାହାକୁ ତୁରନ୍ତ ଫେରସ୍ତ କରିବା ଏବଂ ଗତ ଏପ୍ରିଲ ମାସରେ ଲକଡାଉନ ବେଳେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଡ୍ୟିୁଟି ଠିକ୍ ଭାବେ ଗଣନା କରି ଉପଯୁକ୍ତ ମଜୁରୀ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

Udyog Nursery
Udyogi Nursery

ତେବେ ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଠିକା ଶ୍ରମିକମାନ ବାଧ୍ୟ ହେବେ ବୋଲି ଠିକା ଶ୍ରମିକ ସଂଘର ସଂପାଦକ ପେଦେଂଟି ରାମୁଲୁ ପ୍ରକାଶ କରିଛନ୍ତି । ଅପରପକ୍ଷେ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ଓ ସରକାରଙ୍କ ଗାଇଡଲାଇନ ପ୍ରକାରେ ଠିକା ଶ୍ରମିକଙ୍କୁ ନିୟମ ପ୍ରକାରେ ସମସ୍ତ ସୁବିଧାସୁଯୋଗ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯାଉଛି ବୋଲି ଜେକେ କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ପ୍ରକାଶ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.