ପଙ୍ଗପାଳ ଆଶଙ୍କାକୁ ନେଇ ଆଗୁଆ ସତର୍କ କଲା କୃଷି ବିଭାଗ

କୋକସରା,୩/୬: କରୋନା ମାଡରେ ଏବେ ସାରା ରାଜ୍ୟ ଘାଣ୍ଟି ଚକଟି ହେଉଥିବା ବେଳେ ପୁଣି ଏକ ନୁତନ ଶତ୍ରୁ ଚାଷିଙ୍କ ପାଇଁ ମୁଣ୍ଡ ବଥାର କାରଣ ସାଜିଛି । ଆକାଶ ପଥ ଦେଇ ଆସୁଛନ୍ତି ଏହି ଉଡନ୍ତା ଶତ୍ରୁ ପଙ୍ଗପାଳ । ପାକିସ୍ଥାନରୁ ଭାରତ ମୁହାଁ ହୋଇଥିବା ଏହି ପଙ୍ଗପାଳ କିଟ ଏବେ ପୋଡଶୀ ରାଜ୍ୟ ଛତିଶଗଡକୁ ପହଞ୍ଚି ସାରିଛି । ଆକାଶ ପଥ ଦେଇ ଆସୁଥିବା ଏହି ଶତ୍ରୁ ଦଳଦଳ ହୋଇ ଲକ୍ଷଲକ୍ଷ ସଂଖ୍ୟକ ଏକା ସାଙ୍ଗରେ ନିମିଷକେ ଚାଷ ଚରି ଯାଉଛନ୍ତି । ହଜାର ହଜାର ହେକ୍ଟର ଚାଷ କିଛି ରଖୁ ନାହାନ୍ତି । ପନିପରିବା ଠୁ ଆରମ୍ଭ କରି ଧାନ ଗହମ ଯାହା ବି ଶସ୍ୟ ତାଙ୍କ ଯିବା ବାଟରେ ପଡୁଛି ତାକୁ ଖାଇ ଯାଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପଙ୍ଗପାଳ ଆକ୍ରମଣ ରହିଥିବା ସୂଚନା, ଯୋଗୁଁ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇ ପ୍ରତି ବ୍ଲକରେ ଡାକବାଜି ଚାଷିଙ୍କୁ ଆଗୁଆ ସୂଚନା ଦେବା ସହ କେମିତି ପଙ୍ଗପାଳ ଦାଉରୁ ନିଜର ଫସଲ ସୁରକ୍ଷା ଦେବା ସେନେଇ ସଚେତନ କରୁଛନ୍ତି । କୋକସରା ବ୍ଲକ ୨୨୯୦ ହେକ୍ଟର ଚାଷ ଜମିରେ ଚଳିତ ବର୍ଷ ରବି ଋତୁରେ ଧାନ ଫସଲ ଚାଷ ହୋଇଛି । ଏହା ବ୍ୟତୀତ ବିଭିନ୍ନ ପଞ୍ଚାୟତରେ ୨୫ ହେକ୍ଟର ପନିପରିବା ଚାଷ ରହିଛି । କୋକସରା ବ୍ଲକ କୃଷି ବିଭାଗ ଅଧିକାରୀ ଘନଶ୍ୟାମ ଦେହୁରୀଙ୍କୁ ଏନେଇ ପଚାରିବାରୁ ବ୍ଲକରେ ରବି ଋତୁରେ ୨୨୯୦ ହେକ୍ଟର ଧାନଚାଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୨୮୦ ହେକ୍ଟର ଅମଲ ହୋଇ ସାରିଥିବାବେଳେ ୧୦୧୦ ହେକ୍ଟର ଅମଲ ହୋଇନାହିଁ । ୨୫ ହେକ୍ଟର ପନିପରିବା ଓ ୨.୫ ହେକ୍ଟର ଜମିରେ ମକା ଚାଷ ଥିବା କହିଛନ୍ତି ଓ ଚାଷିଙ୍କୁ ପଙ୍ଗପାଳକୁ ନେଇ ପ୍ରସ୍ତୁତ ରହିବା ଓ ନିରାକରଣକୁ ନେଇ ସୂଚନା ଦିଆଯାଇଛି ବୋଲି କହିଛନ୍ତି ।

Udyog Nursery
Udyogi Nursery
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.