ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ସୁବିଧା ପ୍ରଦାନ ପାଇଁ ୭ଦଫା ଦାବି

ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଜଦୁର ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Omkar Vasthu
Omkar Vasthu

ରାୟଗଡ,୩/୬: ରାଜ୍ୟରେ ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକମାନେ ଶୋଷଣର ଶୀକାର ହେଉଥିବା ବେଳେ ମୈାଳିକ ଅଧିକାରରୁ ମଧ୍ୟ ବଂଚିତ ହେଉଥିବାରୁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମର୍ାଣ ଶ୍ରମିକ ମଜଦୁର ସଂଘ ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କାଙ୍କ ନେତୃତ୍ୱରେ ବୁଧବାର ଦିନ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାୟଗଡଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ୭ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ୭ଦଫା ଦାବିପତ୍ରକୁ ଅତିରିକ୍ତ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଜରିଆରେ ପଂଜୀକୃତ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫୦୦ଟଙ୍କା ହିସାବରେ ୩ମାସର ଟଙ୍କା ପ୍ରଦାନ କରିବା, ନବୀକରଣ କରି ନ ଥିବା ପଂଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ମଧ୍ୟ ୧୫୦୦ଟଙ୍କା ହିସାବରେ ୩ମାସର ଟଙ୍କା ପ୍ରଦାନ କରିବା ଓ ୩ମାସ ମଧ୍ୟରେ ନବୀକରଣର ସୁବିଧା କରାଇବା, ୬୦ବର୍ଷରୁ ଉର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ପ୍ରଦାନ କରିବା ସହ ୬୦ବର୍ଷ ବୟସ ସୀମା କୋହଳ କରାଯାଇ ଆର୍ଥିକ ଓ ମୃତ୍ୟୁକାଳନୀ ସହାୟତା ପ୍ରଦାନ କରିବା,

ରାଜ୍ୟର ବିିଭିନ୍ନ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ଆବେଦକାରୀ ନିର୍ମାଣ ଶ୍ରମିକଙ୍କୁ ପଂଜୀକୃତ କରିବା ସହ ୧୫୦୦ଟଙ୍କା ହିସାବରେ ୩ମାସର ଟଙ୍କା ପ୍ରଦାନ କରିବା, ଯେଉଁ ନିର୍ମାଣ ଶ୍ରମିକମାନେ କୁଶଳତା ଅଭିବୃଦ୍ଧି ନିମନ୍ତେ ଲେବରନେଟ ଓ ଅନ୍ୟାନ୍ୟ ସଂସ୍ଥା ତରଫରୁ ପ୍ରଶିକ୍ଷଣ ନେଇଥିଲେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ୩୦୦୦ଟଙ୍କା ସହୟତା ପ୍ରଦାନ କରିବା ସହ ପଂଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ମୃତ୍ୟୁକାଳୀନ, ଅନ୍ତେଷ୍ଠିକ୍ରିୟା

ଦୂରାରୋଗ୍ୟ ଚିକିତ୍ସା, ବିବାହ କାର୍ଯ୍ୟ, ପ୍ରସୂତିକାଳୀନ, ଶିକ୍ଷା ବୃତି, ସାଇକେଲ, ଯନ୍ତ୍ରପାତି, ସେପଟି, ପକ୍କାଘର ଯୋଜନା ସମ୍ବନ୍ଧୀୟ ଶ୍ରମିକଙ୍କୁ ପ୍ରାପ୍ୟ ପାଉଣା ଯଥାଶୀଘ୍ର ପ୍ରଦାନ କରିବା ଏବଂ ବର୍ତମାନ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ଶ୍ରମ ବିଭାଗ ତରଫରୁ ପଂଜୀକୃତ କରାଯାଇ ସରକାରୀ ସୁବିଧାସୁଯୋଗ ପ୍ରଦାନ କରିବା ଆଦି ଦାବି ଉଲ୍ଳେଖ ରହିଛି ।

ଦାବିପତ୍ର ପ୍ରଦାନ ବେଳେ ଭାରତୀୟ ମଜଦୁର ସଂଘର ଜିଲ୍ଳା ସଭାପତି ଯୋଗେଶ୍ୱର ଦାସ, ସଂପାଦକ ଖଗେଶ୍ୱର ସିଂ, ଗ୍ରାମୀଣ ମଜଦୁର ସଂଘର ଜିଲ୍ଳା ସଭାପତି ଧନଂଜୟ କଂଟାବଂଶ,ସଂପାଦକ ସୁନ୍ଦର ରାଓ କାଡ୍ରକା, ବିଶ୍ୱକର୍ମା ମଜଦୁର ସଂଘର ସଂପାଦକ ଦୁର୍ଗାମାଧବ ଘୋଷ, ବିଏମଏସର ମୋହନରାଓ ମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.