ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଜନ୍ମଦିନରେ ଭେଟିଦେଲେ ପୁସ୍ତକ : ଘରୋଇ ପରିବେଶରେ ଉନ୍ମୋଚନ ହେଲା ‘ମହାଭାରତ : ବିଜ୍ଞାନ ଓ ମନୋବିଜ୍ଞାନ’ ଗ୍ରନ୍ଥ

ବାଲେଶ୍ବର,୪/୬,(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) : ବିଶିଷ୍ଟ ଲେଖକ ତଥା ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ଛବିଶ ତମ ପୁସ୍ତକ ‘ମହାଭାରତ: ବିଜ୍ଞାନ ଓ ମନୋବିଜ୍ଞାନ’ ତାଙ୍କ ଗୋପାଳଗାଁ ସ୍ଥିତ ବାସଭବନରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଏକ ନିରାଡ଼ମ୍ବର ପରିବେଶରେ ଉନ୍ମୋଚିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜନ୍ମଦିନରେ ପ୍ରତିବର୍ଷ ଗୋଟିଏ ପୁସ୍ତକ ରଚନା କରି ଡାକ୍ତର ନନ୍ଦ ପାଠକମାନଙ୍କୁ ଉପହାର ଦେବା ସହ ଏକ ଭବ୍ୟ ଉତ୍ସବର ଆୟେଜନ କରିଥାନ୍ତି। ଚଳିତ ବର୍ଷ କରୋନା ପାଇଁ କଟକଣା ଥିବାରୁ ନିରାଡମ୍ବର ଭାବେ ଆଜି ଆୟୋଜିତ ହୋଇଥିଲା ଏହି ପୁସ୍ତକ ଉନ୍ମୋଚନ ଆସର। ଏଥିରେ ପ୍ରଫେସର୍ ରବିନାରାୟଣ ଦାଶ ପୌରୋହିତ୍ୟ କରିଥିଲେ। ପ୍ରଫେସର୍ ଦାଶ ତାଙ୍କ ବକ୍ତବ୍ୟରେ, ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିଜ୍ଞାନରେ ଅଗ୍ରଗଣ୍ୟ ବୋଲି ବାହାସ୍ଫୋଟ ମାରୁଥିଲେ ମଧ୍ୟ ଭାରତୀୟ ମାନେ ବହୁବର୍ଷ ପୂର୍ବରୁ ତାହାକୁ ପ୍ରୟୋଗ କରିଛନ୍ତି ବୋଲି ଲେଖକଙ୍କ ମତ ଉଦ୍ଧାର କରିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଓ ‘ଓଡ଼ିଆ ଭାଷାବିକାଶ ଆନ୍ଦୋଳନ’ର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାଭାରତର କଥାବସ୍ତୁକୁ ଜଣେ ବୈଜ୍ଞାନିକ ଓ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରି ଡାକ୍ତର ନନ୍ଦ ଅଭିନବ ଶୈଳୀରେ ଯେଉଁଭଳି ଭାବରେ ପୁସ୍ତକଟିକୁ ରଚନା କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ଅନନ୍ୟ ବୋଲି ମତପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଲେଖକୀୟ ବକ୍ତବ୍ୟ ରଖି ଡାକ୍ତର ନନ୍ଦ କହିଲେ ଯେ ମହାଭାରତ ଭଳି ଏକ ପୌରାଣିକ ଗ୍ରନ୍ଥର ବିଭିନ୍ନ ଘଟଣାବଳୀ ଆଧୁନିକ ଯୁଗର ବିଜ୍ଞାନ, ମନୋବିଜ୍ଞାନ, ପରିଚାଳନା ବିଦ୍ୟା, ଗଣିତଶାସ୍ତ୍ର ଓ ତର୍କଶାସ୍ତ୍ରରେ ମଧ୍ୟ ଖୁବ୍ ପ୍ରାସଙ୍ଗିକ। ସେ ସଂପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସେ ପ୍ରସ୍ତୁତ କରିଥିବା ପୁସ୍ତକଟି ସବୁବର୍ଗର ପାଠକଙ୍କ ସମେତ ବିଶେଷ କରି ଯୁବପିଢିକୁ ଏକ ଭିନ୍ନ ଦୃଷ୍ଟିରେ ମହାଭାରତ ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକଟ କରିଥିଲେ। ପ୍ରକାଶକ ତଥା ଟୁପୁର୍ କ୍ରିଏସନ୍ସ୍‌ର ସ୍ବତ୍ବାଧିକାରୀ କବି ଦୀପକ ବୋଷ ମଂଚ ଆହ୍ବାନ କରିବା ସହିତ ପ୍ରକାଶକୀୟ ବକ୍ତବ୍ୟ ରଖିଥିଲେ।

ଶେଷରେ ପ୍ରଫେସର୍ ରଶ୍ମିରେଖା ପତି ଧନ୍ୟବାଦ ଅର୍ପଣ କରିଥିଲେ। ଗାଳ୍ପିକ ପ୍ରଦୀପ ଚାଟ୍ଟାର୍ଜୀ, ନିବାରଣ ଜେନା, ତପନ ରାୟ, ସୁଶୋଭନ ଦେ ଓ ସ୍ବାତୀ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.