ଜଗନ୍ନାଥ ମନ୍ଦିର ଅଂଚଳରେ ୧୪୪ଧାରା ଜାରି କଲେ ଉପଜିଲ୍ଳାପାଳ
ରାୟଗଡ,୫/୬: ଓଡିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି । କାଭିଡ-୧୯ ଗାଇଡଲାଇନ ଅନୁଯାୟୀ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁରୁବାର ସଂଧ୍ୟା ୬ ଟାରୁ ଆସନ୍ତା ୬ତାରିଖ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ଅଂଚଳ ଓ କୁମୁନ୍ଦନ ନର୍ସିଂ ହୋମ ଠାରୁ ଜଗନ୍ନାଥ ଫିଲିଙ୍ଗ୍ ଷ୍ଟେସନ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ରାୟଗଡ ଉପଜିଲ୍ଳପାଳ । ଏଥିସହ ପ୍ରାଧିକୃତ ୩୨ଜଣ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପାଦନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାତଃ ଦ୍ୱାରା ଫିଟା ପରେ ମଙ୍ଗଳ ଆରତୀ, ତଡପ ନୀତି ହେବା ପରେ ସେବାୟତଙ୍କ ଦ୍ୱାରା ଶେରଣା ପଟା ନୀତି ସହ କୋଠ ଆଳତୀ ପରେ ସକାଳ ସାଢେ ୭ଟାରେ ପହଣ୍ଡି,୯ଟାରେ ସ୍ନାନ ଓ ୧୧ଟା ସମୟରେ ହାତୀବେଶ ଓ ସଂଧ୍ୟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କୁ ଅଣସର ବିଜେ କରାଯିବର ନୀତି ନିର୍ଘଂଟ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟ ସଂପାଦନା ପାଇଁ ୩୨ଜଣ ସେବାୟତଙ୍କ ସମେତ ୪ଜଣ ଗୈାଡ, ୨ଜଣ ରୋଷେୟା, ୩ଜଣ ବାଦ୍ୟକାର, ୨ଜଣ ପୂଜାରୀ, ୨ଜଣ ଘଂଟୁଆ ଓ କୀର୍ତନ ମଣ୍ଡଳୀର ୫ଜଣଙ୍କୁ ନେଇ ସଂପାଦନା କରାଯିବ ବୋଲି ଜଣାପଡିଛି ।