ଫାଇନାନ୍ସ କମ୍ପାନୀର ମହାଜନୀ କାରବାର ଉପରେ ଅସନ୍ତୁଷ୍ଠ ଋଣ ଗ୍ରହିତା ମହିଳା

ଫାଇନାନ୍ସ କମ୍ପାନୀର ଋଣ ଅସୁଲ ଉପରେ ପ୍ରଶାସନିକ କଟକଣା ଲଗାଇବାକୁ ନିବେଦନ କଲେ ମହିଳା

କୋକସରା,୪/୬: କରୋନା ମହାମାରୀ ଯୋଗୁଁ ସାରାଦେଶ ଲକ ଡାଉନ ହେବା ପରେ ବିଭିନ୍ନ ବର୍ଗ ର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି । ଏହି ସମୟରେ ଆରବିଆଇଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ସଂସ୍ଥାରୁ ଋଣ ନେଇଥିବା ଲୋକଙ୍କୁ ଇଏମଆଇ ଦେବାରେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଇଛାଧିନ କରିଛନ୍ତି । କିନ୍ତୁ ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ କିସ୍ତି ଭରିବାକୁ ମହିଳା ମାନଙ୍କୁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ଆସିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ କୋକସରା ଗ୍ରାମ ବଡପଡାର ପ୍ରାୟ ୩୦ରୁ ଉର୍ଦ୍ଧ ମହିଳା ଅନେକ ଅର୍ଥ ଲଗାଣକାରି କମ୍ପାନୀରୁ ଛୋଟ ମୋଟ ବ୍ୟବସାୟ ପାଇଁ ଋଣ ଆଣିଥିଲେ । ଏମାନେ ପୂର୍ବରୁ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରି ଆସୁଥିଲେ, ତେବେ ଲକଡାଉନ ଯୋଗୁ ଏହି ଗରିବ ଶ୍ରେଣୀର ମହିଳା ମାନେ ରୋଜଗାର ହରାଇ ଏବେ ଘରେ ବସି ରହିଛନ୍ତି । କିଏ ଚୁଡି ବିକି ତ କିଏ ଫେନ୍ସି ସାମାନ ତ ଆଉ କିଏ ଜଳଖିଆ ଦୋକାନ ଟିଏ ଦେଇ ପରିବାର ପ୍ରତିପୋଷଣ କରିବା ସହ ଋଣ କିସ୍ତି ପରିଶୋଧ କରୁଥିଲେ । ଏବେ କମ୍ପାନୀ କର୍ମଚାରୀ ମହାଜନୀ କାରବାର ପରି ଋଣ ପରିଶୋଧ କରିବାକୁ ଚାପ ପ୍ରୟୋଗକୁ ନେଇ ମାନସିକ ସ୍ତରରେ ମହିଳା ମାନେ ଚାପଗ୍ରସ୍ତ ହୋଇ ପଡିଛନ୍ତି ।

Udyog Nursery
Udyogi Nursery

ଲକଡାଉନକୁ ନେଇ ରାଜ୍ୟ ସରକାର ବ୍ୟାଙ୍କ ଓ ବିଭିନ୍ନ ଅର୍ଥ ଲଗାଣ କାରୀ ସଂସ୍ଥାକୁ ଋଣ ପରିଶୋଧ ଅବଧିରେ ରିହାତି ଦେବାକୁ ଘୋଷଣା କରିଥିଲେ ମଧ୍ୟ ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ମାନୁ ନାହାଁନ୍ତି ଏପରି ସମୟରେ ମହିଳା ମାନେ ଋଣ ଅବଧି ବଢ଼ାଇବକୁ ଓ ଋଣ ପରିଶୋଧ କରିବାକୁ ସମୟ ଦେବାକୁ କୋକସରା ବଡପଡାର ଫୁଲତୋଳା ଖମାରି, ମମତା ନାଏକ, ରଶ୍ମିତା ଶଗଡିଆ, ପ୍ରମିଳା ବାଗ, ରେଖା ନାଏକ, ରାଣୀ ବାଗ, ରାଏବତୀ ଖମାରି, ପୁଷ୍ପାଞ୍ଜଳି ନିଆଲ ପ୍ରମୁଖ ମହିଳା ମାନେ ଦାବି କରିଛନ୍ତି । କରୋନା ଓ ଲକଡାଉନର ଏହି ସଂକଟମୟ ସ୍ଥିତିରେ ଜିଲ୍ଲା ପ୍ରଶାସନ ଫାଇନାନ୍ସ କମ୍ପାନୀର ଋଣ ଅସୁଲ ଉପରେ କଟକଣା ଲଗାଇବାକୁ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.