ବାଲେଶ୍ୱରର ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶ୍ଵର,୪/୬(କୃଷ୍ଣ କୁମାର ମହାନ୍ତି): ଆଇପିଏସ୍ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ବାଲେଶ୍ବର ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ କଟକ କ୍ରାଇମ ବ୍ରାଞ୍ଚ୍ ଏସ୍.ପି. ଦାୟିତ୍ୱରେ ଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଏକ ଅନୌପଚାରିକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ବାଲେଶ୍ୱର ପରି ଏକ ସଂସ୍କୃତି ସମ୍ପନ୍ନ ଜିଲ୍ଲାର ଦାୟିତ୍ଵ ପାଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି। ସେ ଜିଲ୍ଲାର ସାମ୍ପ୍ରଦାୟିକ ସମନ୍ୱୟ ରକ୍ଷା ଦିଗରେ ଧ୍ୟାନ ଦେବା ସହିତ ଆଇନ ଶୃଙ୍ଖଳା, ଗ୍ରାମାଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବା ଏବଂ ଶିଳ୍ପାଞ୍ଚଳର ସମସ୍ୟାକୁ ଦୂର କରିବାରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ବାଲେଶ୍ଵରର ପୂର୍ବତନ ପୋଲିସ ଅଧୀକ୍ଷକ ବି. ଯୁଗଳକିଶୋରଙ୍କୁ କଟକକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବାଲେଶ୍ୱରର ନୂତନ ଏସ୍.ପି. ଭାବରେ ଶ୍ରୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

Omkar Vasthu
Omkar Vasthu

Click here to get 24×7 News & Views alerts👇🏻

http://bit.ly/OBgroup4

Pearl dental clinic
Near Ashish Medical Store, Bhawanipatna

Like us on Facebook👇🏻

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.