ରାସ୍ତା ଉପରେ ଜମି ରହୁଛି ପାଣି : ନିର୍ମାଣ ହୋଇ ପାରୁନାହିଁ ଡ୍ରେନ, ସମସ୍ୟାର ସମାଧାନ କରିବାକୁ ଉଠିଲା ଦାବି

କଳାହାଣ୍ଡି,୨୪/୬: ଗ୍ରାମାଞ୍ଚଳର ବହୁବିଧ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟସରକାର । କିନ୍ତୁ ବଦଳି ପାରୁନାହିଁ କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମର ଚିତ୍ର । ସମସ୍ୟାର ଚାରି ଛକରେ ବନ୍ଧା ପଡି ଛଟପଟ ହେଉଛି ଅନେକ ଗ୍ରାମ । କେଉଁଠି ପାଣି ସମସ୍ୟା ତ କେଉଁଠି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି । ଏମିତି ଏକ ଚିତ୍ର ଆସି ପହଞ୍ଚିଛି କେସିଙ୍ଗା ବ୍ଲକ ପରଲସିଙ୍ଗା ପଞ୍ଚାୟତ ଭମରମାଲ ଗାଁରୁ । ଏହି ଗାଁ ରାସ୍ଥାରେ ସବୁବେଳେ ପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଷ ସୃଷ୍ଟି କରୁଛି । ଏହି ସମସ୍ୟା ଦୂର କରିବାପାଇଁ ଗ୍ରାମବାସୀ ଅନେକଥର ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ଫଳ ଶୂନ । ଭମରମାଲ ଗାଁର ରାସ୍ତା ଉପରେ ଜମି ରହିଥିବା ପାଣି ସମସ୍ୟା ଦୂର କରିବାକୁ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ ବିଜୁ କେବିକେ ପାଣ୍ଠିରୁ ୪ଲକ୍ଷ ଟଙ୍କା ଅନୁଦାନ କରାଇଥିବା ଜଣାପଡିଛି କିନ୍ତୁ ପ୍ରଶାସନର ଉଦାସିନତା ପାଇଁ କାମ ଆରମ୍ଭ ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ବର୍ଷା ଦିନ ଆରମ୍ଭ ହୋଇଯାଇ ଥିବାରୁ ରାସ୍ତାର ପାଣି ଘରଦ୍ବାରକୁ ପସିଯିବାର ଆଶଙ୍କା ଦେଖା ଦେଇଛି । ଏହାସହ ଏହି ରାସ୍ତା ଉପର ଦେଇ ଗମନାଗମନ ବାଧାପ୍ରାପ୍ତ ହେଉଛି । ଏପଟେ ଏମିତି ପାଣି ଜମିରହିଲେ ନାନା ପ୍ରକାର ରୋଗ ସୃଷ୍ଟି ହେବାକୁ ସମୟ ଲାଗିବ ନାହିଁ । ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଗଜିନ୍ଦ୍ର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.