ଭମରମାଲରେ ଉତ୍କଟ ହେଉଛି ଜଳକଷ୍ଟ : ସୋଲାର ପାଣିପମ୍ପ ଅଚଳ, ସୁଣୁନାହାନ୍ତି କତୃପକ୍ଷ

କଳାହାଣ୍ଡି,୨୪/୬ : ଗ୍ରୀଷ୍ମ ଯାଇ ବର୍ଷା ଋତୁ ଆସିଲା କିନ୍ତୁ ଥମିବାର ନା’ ନେଉନାହିଁ ଜଳକଷ୍ଟ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ସମସ୍ୟା ସବୁ ଦେଖାଯାଇଥିବା ବେଳେ ଅନେକ ସ୍ଥାନରେ ବିଭାଗୀୟ କତୃପକ୍ଷଙ୍କ ଉଦାସୀନତା ଜନଜୀବନକୁ ବ୍ୟତିବ୍ୟସ୍ଥ କରି ଦେଇଉଛି । ସେହି କ୍ରମରେ କେସିଙ୍ଗା ବ୍ଲକ ଭମରମାଲ ଗାଁରେ ଦେଖା ଦେଇଛି ଉତ୍କଟ ପାଣି ସମସ୍ୟା । ନଳକୂପ ସହ ସଂଯୁକ୍ତ ହୋଇଥିବା ସୋଲାର ପ୍ୟାନେଲର ପାଣିପମ୍ପ ଖରାପ ହୋଇଯାଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି ।

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ପ୍ରାୟ ମାସେ ହେଲା ଗାଁରେ ଜଳକଷ୍ଠ ଲାଗିରହିଛି । ଅନ୍ୟଏକ ନଳକୂପର ପାଣି ପିଇବା ଯୋଗ୍ୟ ହେଉନାହିଁ । ଏସମନ୍ଧରେ ଅନେକଥର ସରପଞ୍ଚ ଓ କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସୀ ସୁଫଳ ମିଳି ପାରୁନାହିଁ । ଏନେଇ ପିଇଓ କଲ୍ୟାଣ ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେ, ସୋଲାରରେ ଯାନ୍ତ୍ରୀକ ତୃଟି ଦେଖାଦେଇଛି ଓ ମରାମତି ପାଇଁ ସଂପୃକ୍ତ ଏଜେନ୍ସିକୁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସିଏଫସି ଅନୁଦାନରେ ୪ଲକ୍ଷ ୫୦ ହଜାର ଟଙ୍କା ସୋଲାର ପମ୍ପ ପାଇଁ ଖର୍ଚ୍ଚ କରାଯାଇଛି । ତେବେ ଏଥିରେ ନିମ୍ନମାନର ସରଞ୍ଜାମ ବ୍ୟବହାର ସହ ଅନିୟମିତତା ହୋଇଥିବାରୁ କମ ଦିନ ଭିତରେ ଏହା ଖରାପ ହୋଇଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୋଲାର ପମ୍ପ ଖରାପ ହେବାପରେ ସରପଞ୍ଚ ଓ ପଞ୍ଚାୟତ କତୃପକ୍ଷଙ୍କୁ ଜଣାଇବାପରେ ମଧ୍ୟ ମରାମତି କରିବାନେଇ ତତ୍ପରତା ପ୍ରକାଶ ପାଇ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରଶାସନ ଏହାର ଉଚିତ ତଦନ୍ତକରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଗଜିନ୍ଦ୍ର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.