କଳାହାଣ୍ଡି,୨୫/୬: କର୍ଲମୁଣ୍ଡା ବ୍ଲକ ଜୋରାଡ଼ଦବରା ପଞ୍ଚାୟତ ସିଲେଟପଡା ଠାରେ ଗାଈ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମିକୁ ଦୀର୍ଘ ବର୍ଷ ଧରି ଗାଁର କିଛି ବ୍ୟକ୍ତି ନିଜ ଅକ୍ତିଆରରେ ରଖିଥିବାରୁ ଗାଈ ଗୋରୁ ଚାରଣ କରିବାକୁ ନେଇ ସମସ୍ୟା ଉପୁଜିଥିବାର ଅଭିଯୋଗ ନେଇ ଗୁରୁବାର ସିଲେଟପଡା ଗାଁର ଯୁବକ ମାନେ କାର୍ଲମୁଣ୍ଡା ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ତେବେ ଏହାର ତଦନ୍ତ କରିବାକୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଦାୟୀତ୍ୱ ଦେଇଥିବା ଜଣା ପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଗାଁରେ ଥିବା ପ୍ରାୟ ୩୫ ଏକର ଗୋଚର ଜମିକୁ ଲୋକ ମାନେ ଜୋର ଜବରଦସ୍ତ ଚାଷ କରୁଥିଲେ । ଆଜକୁ ଦୁଇ ବର୍ଷ ହେଲା ପୂର୍ବ ତହସିଲଦାରଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ହେ କୌଣସି ଫଳ ପ୍ରଦ ହୋଇନ ଥିବା ଗାଁର ଚୈତନ୍ୟ ସାହୁ କହିଛନ୍ତି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in






