ରାୟଗଡ ଗସ୍ତରେ ସିଆରପିଏଫ ଆଇଜି ସଂଗ୍ରାମ କେଶରୀ

ଜିଲ୍ଳାରେ ନିୟନ୍ତ୍ରଣାଧୀନ ରହିଛି ମାଓ ଗତିବିଧି

ରାୟଗଡ,୨୫/୬: କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ (ସିଆରପିଏଫ) ଓଡିଶା ସେକ୍ଟର ଆଇଜି ସଂଗ୍ରାମ କେଶରୀ ମହାନ୍ତି ଗୁରୁବାର ଦିନିକିଆ ରାୟଗଡ ଗସ୍ତ କରିଛନ୍ତି । ରାୟଗଡ ସହରର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍ କ୍ୱାଟର୍ସରେ ପଂହଚି ସେଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଗସ୍ତ ବେଳେ ଓଡିଶା ସେକ୍ଟର କମାଣ୍ଡଡେଂଟ ବଳରାମ ବେହେରା ଆଇଜିଙ୍କ ସହ ଆସିଥିବା ବେଳେ ସମ୍ବଲପୁର ରେଂଜ ଡିଆଇଜିପି ଏସ.ଡି.ପାଣ୍ଡେ ଓ ରାୟଗଡର ୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସମ୍ବଲପୁର ରେଂଜ ଅଧୀନରେ ୪ଟି ସିଆରପିଏଫ ବାଟାଲିୟନ ସହ ଗୋଟିଏ କୋବ୍ରା ବାଟାଲିୟନ ରହିଥିବା ବେଳେ ଏମାନଙ୍କ ପରିଚାଳନା ରେଂଜ ଡିଆଇଜିପିଙ୍କ ଦ୍ୱାରା କରାଯାଉଥିବା ବେଳେ ମାଓ ପ୍ରବଣ ଜିଲ୍ଳାଗୁଡିକରେ ମାଓ ମୁକାବିଲା ନେଇ ପ୍ରସ୍ତୁତି ସହ ବାଟାଲିୟନର ସେବା ଓ ଯନ୍ତ୍ରପାତିର ଯୋଗାଣ ପ୍ରଭୁତିରେ ବ୍ୟବସ୍ଥାଗତ କାର୍ଯ୍ୟ ସପକ୍ଷରେ କ’ଣ ଆବଶ୍ୟକ ରହିଛି ସେ ନେଇ ସମୀକ୍ଷା କରିଥିବା ନେଇ ଆଇଜି ଶ୍ରୀ ମହାନ୍ତି ଗସ୍ତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ରାୟଗଡ ଜିଲ୍ଳାର କଳାହାଣ୍ଡି, କନ୍ଧମାଳ ସୀମାନ୍ତ ଜିଲ୍ଳାଗୁଡିକରେ ମାଓ ଗତିବିଧି ସକ୍ରିୟ ରହିଥିବା ବେଳେ ରାୟଗଡ ଜିଲ୍ଳାର ନିୟମଗିରି ପାହାଡ ଅଂଚଳରେ କିଛି ମାତ୍ରାରେ ନିଜ ଉପସ୍ଥିତି ଜାହିର କରୁଛନ୍ତି ତେବେ ବର୍ତମାନ ଜିଲ୍ଳାର ଅନେକ ମାଓ ପ୍ରବଣ ଅଂଚଳରେ ସ୍ଥିତି ସୁଧିରିଛି ଓ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି । ମହାମାରୀ କରୋନା ତଥା କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଭାରତ ସରକାରଙ୍କ ତରଫରୁ ସିଆରପିଏଫ ବାଟାଲିୟନକୁ ଅନୁଦାନ ପ୍ରାପ୍ତ ହୋଇଥିବା ବେଳେ ଏହି ଅନୁଦାନକୁ ବାଟାଲିୟନ ପିଛା ୧ଲକ୍ଷ ୩୫ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା । ଏବଂ ସେହି ଅନୁଦାନ ଟଙ୍କାରେ ସାନିଟାଇଜ ସାମଗ୍ରୀ ସହ ଅତ୍ୟାବଶ୍ୟକୀୟ ଶୁଖିଲା ଖାଦ୍ୟକୁ ପ୍ରଭାବିତ ଗରୀବ ଶ୍ରେଣୀର ଲୋକଙ୍କ ମଧ୍ୟରେ ବଂଟନ କରାଯାଇଥିଲା । ସେହିପରି ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା, ମାସ୍କ ପରିଧାନ କରିବା ଆଦି ବିଷୟରେ ସଚେତନ ମଧ୍ୟ କରାଯାଇଥିଲା ବୋଲି ଆଇଜି ଶ୍ରୀ ମହାନ୍ତି କହିଥିଲେ । ଏବଂ ଓଡିଶା ସେକ୍ଟରରେ ୭୦ହଜାରରୁ ଉର୍ଦ୍ଧ ବୃକ୍ଷରୋପଣ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଥିଲେ । ପୈାଢ ଶିକ୍ଷା, ଦିବ୍ୟାଙ୍ଗମାନଙ୍କୁ ସହାୟତା ଆଦି କାର୍ଯ୍ୟକ୍ରମ ମଧ୍ୟ ଚାଲିଥିବା ସେ କହିଥିଲେ । ଶେଷରେ ସିଆରପିଏଫ ଯବାନ ଧରମ ଦେବଙ୍କ କେଶ ବିଷୟରେ ପଚାରିବାରୁ ସ୍ଥାନୀୟ ପୋଲିସ ତରଫରୁ ତଦନ୍ତ ଜାରି ରଖାଯାଇଥିବା ସେ କହିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.