ଅନାଥାଶ୍ରମ ପରିସରରେ ବେକରେ ଓଢଣି ଦେଇ ଜୀବନ ହାରିଲେ ନାବାଳିକା

କୋକସରା/ଗୋଲାମୁଣ୍ଡା,୨୬/୬: ଗୋଲାମୁଣ୍ଡା ଥାନା ଦଶପୂର ଫାଣ୍ଡି ପଣ୍ଡକୁଲ ଗ୍ରାମରେ ଥିବା ଅନାଥ ଆଶ୍ରମର ଜଣେ ଛାତ୍ରୀ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିଥିବା ନାବାଳିକା ଜଣକ ଧର୍ମଗଡ଼ ଥାନା ଥନଟ ଗ୍ରାମର ଭୂମି ତାଣ୍ଡି (୧୩) ବୋଲି ଜଣାପଡିଛି । ସେ ଗତ ୨୦୧୬ ମସିହାରୁ ପଣ୍ଡକୁଲ ସ୍ଥିତ ଅନାଥ ଆଶ୍ରମରେ ରହି ଆସୁଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସେ ବାଥରୁମକୁ ଯାଇ ନ ଫେରିବାରୁ ତାଙ୍କ ସହିତ ଥିବା ଅନ୍ତେବାସୀ ମାନେ ବାଥରୁମ୍ କବାଟକୁ ବାଡେଇବା ପରେ ସେ ଖୋଲି ନଥିଲେ । ଅନ୍ତେବାସୀମାନେ ଆଶ୍ରମର ରୋଷେୟାଙ୍କୁ କହିବା ପରେ ବାଥରୁମ କବାଟ ଭାଙ୍ଗି ଦେଖିଥିଲେ, ତେବେ ସେଠାରେ ସେ ବେକରେ ଓଢଣି ଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଦଶପୁର ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଧର୍ମଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Omkar Vasthu
Omkar Vasthu
କଳାହାଣ୍ଡି ଜିଲ୍ଲା କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.