ରାୟଗଡ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ

ରାୟଗଡ,୨୬/୬: ରାୟଗଡ ଜିଲ୍ଳା ଅବକାରୀ ପ୍ରଶାସନ ମୁଖ୍ୟ ତଥା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ ଓ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶ କ୍ରମେ ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ ଥିବା ୬ଟି ଅବକାରୀ ଥାନା ଅଧୀନସ୍ଥ ଅଂଚଳରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ନିଜ ସ୍ୱାସ୍ଥ୍ୟର ଉତମ ଯତ୍ନ ନିମନ୍ତେ ଉତମ ଞାନର ଆବଶ୍ୟକତା ବିଷୟବସ୍ତୁ ଚଳିତ ବର୍ଷର ବାର୍ତା ରହିଛି । ଜିଲ୍ଳାର ରାୟଗଡ, କାଶିପୁର, କଲ୍ୟାଣସିଂହପୁର, ବିଷମକଟକ, ଗୁଣପୁର ଓ ଗୁଡାରୀ ଅବକାରୀ ଥାନା ଅଂଚଳରେ ଲୋକଙ୍କୁ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧରେ ଲୋକଙ୍କୁ ବ୍ୟାନର,ଲିଫଲେଟ ଓ ୨ହଜାରରୁ ଉର୍ଦ୍ଧ ଏସଏମଏସ ଯୋଗେ ସଚେତନ କରାଯାଇଥିଲା ।

ତେବେ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ କୈାଣସି କାର୍ଯ୍ୟକ୍ରମ କରା ନ ଯାଇ ଲିଫଲେଟ ବାଂଟି ଲୋକଙ୍କୁ ସଚେତନ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏହି ଦିବସରେ ନିଶାଦ୍ରବ୍ୟ ବର୍ଜନୀୟ ଏହା ଠାରୁ ଦୂରେଇ ରହିବା, ଯୁବ ସମାଜକୁ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ଆହ୍ୱାନ ଦେବା, ନିଶାଦ୍ରବ୍ୟ ସେବନ ଦ୍ୱାରା ଦେହମନ ହ୍ରାସ ହେବା, ଜୀବନ ବଂଚେଇବାକୁ ହେଲେ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା,

ନିଶା ସେବନ ଦ୍ୱାରା ଧନଜୀବନ ବିନିଷ୍ଠ କରିଥାଏ, ନିଶା ସେବନ ଦ୍ୱାରା ଚୋରି କରିବାରେ ମନ ବଳାଇବା, ନିଶା କରି ଲୋକହସା ହେବା, ଗଂଜେଇ ଚାଷ ଏବଂ ଏହାର ଚାଲାଣ ଏକ ଧର୍ତୁବ୍ୟ ଅପରାଧ ହୋଇଥିବାରୁ ଏହାଠାରୁ ଦୂରେଇ ରହିବା, ବ୍ରାଉନ ସୁଗାର, ଚୋରସ ଏବଂ ଅଫିମ ଆଦି ଡ୍ରଗସ୍ ସେବନରୁ ନିଜକୁ ଦୂରେଇ ରଖିବା ଏବଂ ନିଶାଦ୍ରବ୍ୟ କଦାପି କ୍ଷମାର ପାତ୍ର ନୁହେଁ ବୋଲି ଲିଫଲେଟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.