ମୌସୁମୀ ଦୁର୍ବଳ : ଚିନ୍ତାରେ ଚାଷି

ଆଗକୁ ଜଦି ଆବଶ୍ୟକ ବର୍ଷା ନ ହୁଏ ଚାଷରେ ବ୍ୟାଘାତ ସୃଷ୍ଟି ହୋଇପାରେ

ସୁବର୍ଣ୍ଣପୁର,୨୬/୬: ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟ ଅଞ୍ଚଳଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ବର୍ଷା ଉଭାନ ପରେ ଏବେ ଚିନ୍ତାରେ ସୋନପୁର ଜିଲ୍ଲା ରେ ଚାଷି । କିଛି ଦିନ ପୁର୍ବରୁ ଭଲ ବର୍ଷା ହୋଇ ଚାଷ ପାଇଁ ପାଗ ଅନୁକୁଳ ଥିଲା । ଏବେ ବର୍ଷା ଛାଡିଜିବା ପରେ ଖେତ ଗୁଡିକ ସୁଖିଲା ପଡିଜିବାକୁ ବସିଲାଣି । କିଛି ଚାଷି ବିହନ କିଣି ରଖି ବର୍ଷାକୁ ଚାହିଁ ରହିଛନ୍ତି । କିଛି ଜାଗାରେ ଧାନ ବୁଣା ସରିଛି ଓ ଧାନ ପଲା ମଧ୍ୟ ପକା ସରିଛି ତେବେ ଅଧିକ ଦିନ ବର୍ଷା ନ ହେଲେ ଗଜାରୁ ହିଁ ଧାନ ମରୁଡି ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସେଭଳି ବର୍ଷା ହେବାର ସମ୍ଭାବନା ନାହିଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୋନପୁର ସହରରେ ବର୍ଷା ହେବାର ସମ୍ଭାବନା କ୍ଷୀଣ । ଜୁନ୍ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୩୩% ଅଧିକ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ସ୍ୱଭାବିକ ଭାବେ ୧୫୬.୧ ମିମି ବର୍ଷା ହେବା କଥା । ତେବେ ଚଳିତ ଥର ୨୦୯.୯ ମିମି ବର୍ଷା ହୋଇଛି । ୧୭ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ୭ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ପରିମାଣର ବର୍ଷା ହୋଇଥବା ବେଲେ କିଛି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରହିଛ ସେଥିରେ ସୋନପୁର ମଧ୍ୟ ରହିଥିବା ପ୍ରକାଶ । ତେବେ ଆଗକୁ ଜଦି ଆବଶ୍ୟକ ବର୍ଷା ନ ହୁଏ ଚାଷରେ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି ଚାଷି ମହଲରୁ ଶୁଣିବାକୁ ମିଲୁଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.