ରୁପ୍ରାରୋଡରେ ଉଦଘାଟିତ ହେଲା ଏୟାରଟେଲ ଷ୍ଟୋର

ନର୍ଲା,୨୮/୬: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡ ଠାରେ ଘରୋଇ କମ୍ପାନୀ ଏୟାରଟେଲ ର ଷ୍ଟୋର ଅଫିସ ଉଦଘାଟିତ ହୋଇଯାଇଛି । ଜଗନ୍ନାଥ କମ୍ପୁଟରର ଏହି ନୂତନ ଏୟାରଟେଲ ଷ୍ଟୋରକୁ ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଜିତେନ୍ଦ୍ର ନାଏକ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ରୁପ୍ରାରୋଡ ଏସବିଆଇ ର ଫିଲ୍ଡ ଅଫିସର ଶଙ୍ଖ ଚରଣ ବେସ୍ରା, ଏୟାରଟେଲ କମ୍ପାନୀର ଆଞ୍ଚଳିକ ସେଲସ ମ୍ୟାନେଜର ଋଷିକାନ୍ତ ବିଶ୍ୱାଳ, କ୍ଷେତ୍ରିୟ ସେଲସ ମ୍ୟାନେଜର ପ୍ରଦୀପ ସୁବୁଦ୍ଧୀ ପ୍ରମୂଖ ଉପସ୍ଥିତ ଥିଲେ ।

ଏହି ଷ୍ଟୋର ଅଫିସରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ସମେତ କମ୍ପାନୀର ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ବୋଲି ଏୟାରଟେଲ ଅଧିକାରୀମାନେ ପ୍ରକାଶ କରିଛନ୍ତି । ଏହି ଷ୍ଟୋରରୁ ରୁପ୍ରାରୋଡ, ସରିଆଁ, ଉଲିକୁପା, ନିଶାଣପୁର, ଗାଡେବନ୍ଧ, ରାକ୍ସି, ରୁଫ୍ରା, କର୍ମେଗାଁ ଆଦି ପଞ୍ଚାୟତବାସୀ ଉପକୃତ ହୋଇପାରିବେ ।

ଉଦଘାଟନୀ କାର୍ଯ୍ୟକ୍ରମକୁ ଏୟାରଟେଲ ଷ୍ଟୋରର ପରିଚାଳକ ଅମରେଶ ପଣ୍ଡା ପରିଚାଳନା କରିଥିବା ବେଳେ ରିଟେଲର୍ସମାନେ ସହଯୋଗ କରିଥିଲେ । କୋଭିଡ୍-୧୯ କଟକଣା ଯୋଗୁଁ ସାମାଜିକ ଦୂରତ୍ବ ଅବଳମ୍ବନ କରି ନିରାଡମ୍ବର ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.