ଘଟଣାର ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍
ସଇଁନ୍ତଳା,୨୮/୬: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଗୋପବନ୍ଧୁ ପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଭଡା ଘରୁ ଜଣେ ଯୁବକଙ୍କ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତକ ନୟାଗଡ଼ ଜିଲ୍ଲା ସିକାରାଡ଼ା ଗ୍ରାମର ଅବକାଶ ପରିଡା (୨୩) ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଯୁବକ ଜଣକ ଦୀର୍ଘ ଦିନ ହେଲା ସଇଁନ୍ତଳା ଗୋପବନ୍ଧୁ ପଡାର ଏକ ଭଡା ଘରେ ରହୁଥିଲେ। ସେ ଜିଓ କେୟାରରେ କାମ କରୁଥିଲେ। ହେଲେ ତାଙ୍କ ଘରଲୋକେ ଯୁବକଙ୍କୁ ବାରମ୍ବାର ଫୋନ କରିଥିଲେ, ହେଲେ ଯୁବକ ଜଣକ ଫୋନ ଉଠାଇ ନ ଥିଲେ। ଶେଷରେ ସେମାନେ ବାଧ୍ୟ ହୋଇ ସଇଁନ୍ତଳାକୁ ଆସିଲେ। କିନ୍ତୁ ଦେଖିବାକୁ ପାଇଥିଲେ ଯୁବକଙ୍କ ମୃତ୍ୟୁ ଦେହ ପଡି ରହିଛି। ପରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ମୃତ ଅବକାଶଙ୍କ ପରିବାରବର୍ଗ ଏହା ଏକ ପ୍ରେମ ଜନୀତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
କେସ ନମ୍ବର ୧୮୮/୨୦ ଆଇପିସି ୩୦୨/୩୪ରେ ଏକ ମାମଲା ରୁଜୁ କରି ସଇଁନ୍ତଳା ଥାନା ଅଧିକାରୀ ବାରିଣୀ ଦାସ ଓ ମାଜିଷ୍ଟ୍ରେଟ ଭାବରେ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଘଟଣା ସ୍ଥାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହାସହ ଏକ ସାଇଣ୍ଟିଫିକ ଟିମ ଆସି ଯୁବକଙ୍କ ହତ୍ୟା ନା ଆତ୍ମହତ୍ୟା ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି।
ସଇଁନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in