ଘଟି ଚାଲିଛି ଛୋଟବଡ ଦୁର୍ଘଟଣା
ରାସ୍ତାରୁ ଗୋରୁ ହଟାଇବା ପାଇଁ ନିଆଯାଉନାହିଁ ପଦକ୍ଷେପ
ସୁବର୍ଣ୍ଣପୁର,୧/୭: ସୁବର୍ଣ୍ଣପୁର ସଦର ମୁଖ୍ୟରାସ୍ତା, ଛକରେ ବହୁ ବୁଲା ଗାଇଗୋରୁ ରାସ୍ତା ଅବରୋଧ କରୁଥିବା ହେତୁ ଯାନବାହନ ଚଳାଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ସୁବର୍ଣ୍ଣପୁର ସଦର ଅଂଚଳପାଇଁ ନିତିଦିନିଆଁ ଘଟଣା ହୋଇଥିବା ସ୍ଥଳେ ସୁବର୍ଣ୍ଣପୁର ପୈାର ପରିଷଦ ଜାଣିବି କୌଣସି ସମାଧାନର ରାସ୍ତା ଦେଖୁନଥିବାରୁ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ଏବେ ବର୍ଷା ରୁତୁ ଥିବାରୁ ବର୍ଷା ହେଲେ ଗାଇଗୋରୁ ରହିବା ପାଇଁ ଜାଗା ପାଉନାହାନ୍ତି । କୈାଣସି ଉଠା ଦୋକାନ ତଳେ କିମ୍ବା ଏଟିଏମ ବାରଣ୍ଡା,ଅଫିସ ବାରଣ୍ଡା ରେ ସୋଇ ରହୁଛନ୍ତି । ପୂର୍ବରୁ ସରକାରଙ୍କ କାଞ୍ଜିଘରର ବ୍ୟବସ୍ଥା ପାଇଁ ଯୋତେ ନେହୁରା ହେଲେ ବି କେହି ସୁଣିବାକୁ ନାରାଜ । ଆଗକୁ ଚାଷ ଲଗିରହିବ । ଏହା ଆଖପାଖ ସଦର ଯେଉଁ ଚାଷୀ ଅଛନ୍ତି ତାଙ୍କ ପାଇଁ ମଧ୍ୟ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ହେଲେ ଏଠି କିଛି ଗୋରୁ ମାଲିକମାନେ ଗାଇଗୋରୁଙ୍କୁ ବୁଲା ଛାଡିଦେଇ ଆରାମରେ ବସିଛନ୍ତି । ରାସ୍ତାରେ ଗାଇଗୋରୁ ବୁଲିବା, ଗୋଠ ବାନ୍ଧିବା ଦ୍ୱାରା ସମସ୍ତଙ୍କ ଅସୁବିଧା ହେଉଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଚୁପ ରହିଥିବାରୁ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ବୃ୍ଦ୍ଧି ପାଇଛି ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in