ମାନୁ ନାହାନ୍ତି ଅମାନିଆ . . . ନା ହେଲମେଟ ନା ମାସ୍କ

ପୋଲିସ ଚେକିଂରେ ୨୩ହଜାର ଟଙ୍କା ଜୋରିମାନା ଆଦାୟ

ରାୟଗଡ,୧/୭: ମହାମାରୀ କରୋନା ସଂକ୍ରମଣରୁ ବର୍ତିବା ପାଇଁ ସରକାର ବାହାରକୁ ବାହାରିଲେ ମାସ୍କ ପରିଧାନ ବାଧ୍ୟତାମୂଳକ କରିଥିବା ବେଳେ ସଡକ ଦୁର୍ଘଟଣାରୁ ବର୍ତିବା ପାଇଁ ବାଇକ ଚଳେଇବା ବେଳେ ହେଲମେଟ୍ ମଧ୍ୟ ଜରୁରୀ । ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ. ବାଇକ ଚଳାଉଥିବା ସମସ୍ତ ଚାଳକମାନେ ହେଲମେଟ ଓ ମାସ୍କ ପରିଧାନ କରିବା ଜରୁରୀ ଏବଂ ଏହା ପିନ୍ଧି ବାହାରିବା ଦ୍ୱାରା ନିଜକୁ ସଡକ ଦୁର୍ଘଟଣା ଓ କରୋନା ସଂକ୍ରମଣରୁ ଦୂରେଇ ରଖି ପାରିବେ ବୋଲି ଓ ଏହାକୁ ପରିଧାନ କରିଥିଲେ ପୋଲିସ ଚେକିଂ ସମୟରେ ତଣ୍ଡ ଗଣିବା ଠାରୁ ମଧ୍ୟ ବର୍ତିପାରିବେ ତେଣୁ ସମସ୍ତେ ପୋଲିସକୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ କିଛି ଅମାନିଆ ବାଇକ ଚାଳକମାନେ ହେଲମେଟ ପିନ୍ଧି ଥିଲେ ମାସ୍କ ନାହିଁ ଏବଂ ମାସ୍କ ପିନ୍ଧିଥିଲେ ହେଲମେଟ୍ ନାର୍ହି ଓ କିଛି ହେଲମେଟ ଓ ମାସ୍କ ଦ୍ୱୟ ବ୍ୟବହାର ନ କରି ବାଇକ ଚଳାଉଥିବା ଦେଖିବାକୁ ମିଳୁଥିବାରୁ ରାୟଗଡ ସଦର ଥାନା ପୋଲିସ ତରଫରୁ ରାୟଗଡ ସହରର ବିଭିନ୍ନ ଛକସ୍ଥାନରେ ହେଲମେଟ ଓ ମାସ୍କ ଚେକିଂ କରି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ସରକାରଙ୍କ ନିୟମ ମାନିବା ପାଇଁ ପରାମର୍ଶ ଦେଉଛନ୍ତି । ଏହି ମର୍ମରେ ମଙ୍ଗଳବାର ଦିନ ରାୟଗଡ ସହରର ସାଇ ଇଂଟରନେସନାଲ ଛକ ଠାରେ ଟାଉନ ଥାନା ଏଏସଆଇ ପି.ରାବଣାଙ୍କ ନେତୃତ୍ୱରେ ପୋଲିସ ଟିମ ପୂବାହ୍ନ ୧୦ଟାରୁ ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ଧରି ସେମାନଙ୍କ ଠାରୁ ୨୩ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.