ମଦନପୁର ଠାରେ ୭୧ତମ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି,୧/୭ : ଓଡିଶା ସରକାରଙ୍କ ବନ ବିଭାଗ ତରଫରୁ ମ. ରାମପୁର ବନାଞ୍ଚଳ ଅଧିକାରୀ କେଶବ ମାଝୀଙ୍କ ତତ୍ତ୍ୱାବଧାନରେ ୭୧ ତମ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମ.ରାମପୁର ବ୍ଳକ ଅନ୍ତର୍ଗତ ମଦନପୁର ସେକ୍ସନ ଗୋପାଳପୁର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମଦନପୁର ସରପଞ୍ଚ ରାଜେଶ ଧଙ୍ଗଡାମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜିବୀ ସୁଦର୍ଶନ ଦଣ୍ଡିଆ, ସାମ୍ବାଦିକ ସନ୍ତୋଷ ଦଣ୍ଡସେନା, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

ମଦନପୁର ବନପାଳ ଉଦୟନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ବିକାଶ ଅଧିକାରୀ କୁନୁ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ବନରକ୍ଷୀ ସନ୍ତୋଷ କୁମାର ଦଳପତି, ଗୟା ମାଝୀ, ପୁଷ୍ପା ଧରୁଆ, ଶଙ୍କର ବାଗ, ସମସ୍ତ ସ୍କ୍ୱାର୍ଡ ପାର୍ଟି ଓ ଗୋପାଳପୁର ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ବନପାଳ ଶ୍ରୀ ମହାରଣା ସମସ୍ତଙ୍କୁ ମାସ୍କ ବଣ୍ଟନ କରି ସାନିଟାଇଜର ଏବଂ କୋଭିଡ୍ ନୀୟମ ମାନି ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମ କରିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.