ଧର୍ମଗଡ଼,୧/୭: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ୬୪ ବଟାଲିୟନ୍ ସିଆରଫିଏପ କେଗାଁ ତରଫରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଇଜି ପି ସିଆରପିଏଫ୍ ଭୁବନେଶ୍ଵର ସେକ୍ଟର ମାର୍ଗଦର୍ଶନରେ କେଗାଁ ଠାରେ ଏକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ୬୪ ବାଟାଲିୟନ ସିଆରପିଏଫ୍ କମାଣ୍ଡେଣ୍ଟ ବିପ୍ଳବ ସରକାର ଉଦଘାଟନ କରି ଅଞ୍ଚଳର ଶତାଧିକ ଗରିବ ଓ ନିରୀହ ଲୋକ ମାନଙ୍କୁ କମ୍ବଳ, ଶାଢ଼ୀ, ଲୁଙ୍ଗି, ଛତା, ଚପଳ ଇତ୍ୟାଦି ବଣ୍ଟନ କରିଥିଲେ। ଏହି ଅବସରରେ ୬୪ ବାଟାଲୀୟାନ କମାଣ୍ଡେଣ୍ଟ ଶ୍ରୀ ସରକାର ଆଗାମୀ ଦିନରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଉକ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ।
ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ OdiaBarta.in