ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ

ଲାଞ୍ଜିଗଡ଼,୨/୭: ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ସପ୍ତାହ ବ୍ୟାପି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ବର୍ଷା ଋତୁର ଆଗମନ ପୂର୍ବରୁ ପ୍ରକଳ୍ପ ତଥା ଘରୋଇ କାର୍ଯ୍ୟସ୍ଥଳରେ ବୈଦ୍ୟୁତିକ ଉପକରଣକୁ ପରିଚାଳନା କରିବା ସମୟରେ କିପରି ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୁଏ, ଏ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ବିଦ୍ୟୁତ ଜନିତ ପରୀକ୍ଷଣ, କମ୍ପାନୀ କର୍ମଚାରୀ ତଥା ସହକାରୀ କର୍ମଚାରୀଙ୍କ ପାଇଁ ତାଲିମ ଶିବିର, ବିଦ୍ୟୁତ ସୁରକ୍ଷା କୁଇଜ ଏବଂ ସୁରକ୍ଷା ମୋଡେଲ ପ୍ରସ୍ତୁତି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟାଉନସିପ୍ ସ୍ଥିତ ବାସୀଙ୍କ ପାଇଁ ମଧ୍ୟ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I

ଏହି ଅବସରରେ ବେଦାନ୍ତ ଲାଞ୍ଜିଗଡର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ, ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ସୁରକ୍ଷାର ମହତ୍ୱ ଅତୀବ ଗୁରୁତ୍ୱପୂର୍ଣ୍ଣ ଥାଏ । ଏ କ୍ଷେତ୍ରରେ ବେଦାନ୍ତ ସମସ୍ତ ସୁରକ୍ଷା ମାନଦଣ୍ଡ ପ୍ରତି ବିଶେଷ ଧ୍ୟାନ ଦେବା ସହିତ କାର୍ଯ୍ୟକାରୀ ମଧ୍ୟ କରିଥାଏ । ଆଗାମୀ ଦିନରେ ବୈଦ୍ୟୁତିକ ସୁରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ନେଇ ଆଧୁନିକ ପ୍ରଯୁକ୍ତିବିଦ୍ୟା ତଥା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀ ବଦ୍ଧପରିକର ରହିଛି ।

ବେଦାନ୍ତ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ପାଇଁ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଛି । ଏଥିରେ ୧୦୦ ମେଗାୱାଟର ବିଦ୍ୟୁତ ସରବରାହ ପାଇଁ ୨୨ଟି ସବ-ଷ୍ଟେସନ ରହିଛି । ଏହି ବିଦ୍ୟୁତ ପ୍ରତିଷ୍ଠାନ ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରୀୟ ସମସ୍ତ ମାନଦଣ୍ଡ ପାଳନ କରିଥାଏ I ଏ ସଂକ୍ରାନ୍ତରେ କମ୍ପାନୀ ଆଧୁନିକ ପ୍ରଣାଳୀ ସହିତ ସୁରକ୍ଷା ଉପକରଣନେଇ ବିଶେଷ ଦୃଷ୍ଟିବାନ ରହିଛି ।

ଏହି କାର୍ଯ୍ୟକ୍ରମ ପାଳନ ଅବସରରେ କମ୍ପାନୀର ସହକାରୀ ସଂସ୍ଥା ପାୱାରମେକ୍ ପ୍ରୋଜେକ୍ଟ ଲିମିଟେଡ଼ର ଅଧିକାରୀ ପ୍ରମେନ୍ଦ୍ର ସିଂ କହିଛନ୍ତି ଯେ, ବିଦ୍ୟୁତ ସୁରକ୍ଷା ସପ୍ତାହରେ ଆୟୋଜିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଭାଗନେଇ ସମସ୍ତ କର୍ମଚାରୀଙ୍କୁ ଏକ ଶିକ୍ଷଣୀୟ ଅବସର ମିଳିପାରିଛି । ପ୍ରକଳ୍ପ ପରିସରରେ ବୈଦ୍ୟୁତିକ ଉପକରଣ ଜନିତ ସୁରକ୍ଷା ନେଇ ବିବିଧ ପଦକ୍ଷେପ ନେଇଛି କମ୍ପାନୀ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ସମସ୍ତ ବୈଦ୍ୟୁତିକ ପ୍ରତିଷ୍ଠାନ ତଥା ପ୍ରଣାଳୀକୁ ସୁରକ୍ଷିତ ରଖିବା ତଥା କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ନେଇ କାର୍ଯ୍ୟକରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇଛୁ ।

ବେଦାନ୍ତ ଭାରତର ବୃହତ୍ତମ ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦକ ହୋଇଥିବାବେଳେ ୨୦୦୭ ପରଠାରୁ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ସହ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟରେ ନିଜସ୍ୱ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.