ସିଲିଟିଗୁଡା ଡ୍ୟାମରୁ ଚାଷଜମିକୁ ପଂହଚୁନି ପାଣି : ଥମୁନି ଚାଷୀଙ୍କ ଦୁଃଖ

ଚାଷ ଜମିକୁ ପାଣି ପଂହଚାଇବାକୁ ବିଭାଗ କରୁଛି ଉଦ୍ୟମ

ରାୟଗଡ,୨/୭: ଚାଷୀ ଓ ଚାଷର ଉନ୍ନତୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରି ଚାଷ ଜମିରେ ଡ୍ୟାମରୁ କେନାଲ ଯୋଗେ ପାଣି ପଂହଚାଇ ଚାଷୀଙ୍କୁ ଉପକୃତ କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି । ବିଶେଷ କରି ଡ୍ୟାମ ଥିବା ଅଂଚଳରେ ଚାଷୀକୂଳ ବର୍ଷକୁ ଦୁଇଥର ଖରିଫ ଓ ରବି ଫସଲ କରି ଲାଭବାନ ହୋଇପାରିବେ ସେଥି ନିମନ୍ତେ ବହୁ ପ୍ରକଳ୍ପକୁ ମଂଜୁରୀ କରୁଛନ୍ତି । ତେବେ ଓଡିଶା ସରକାରଙ୍କ ଜଳସଂପଦ ବିଭାଗ ଅନ୍ତର୍ଗତ ରାୟଗଡ ଜିଲ୍ଳାର କ୍ଷୁଦ୍ର ଜଳ ସେଚନ ବିଭାଜନ ଅଧିନରେ ଥିବା ରାୟଗଡ ବ୍ଳକର ସିଲିଟିଗୁଡା ଡ୍ୟାମ ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଚାଷୀଙ୍କ ଜମିରେ ପଂହଚି ପାରୁନି ଜଳ । ଫଳରେ ସିଲିଟିଗୁଡା ଡ୍ୟାମକୁ ନେଇ ଥମୁନି ଚାଷୀଙ୍କ ଦୁଃଖ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଡ୍ୟାମରୁ ମୁଖ୍ୟ କେନାଲ ଓ ୧୨ଟି ଶାଖା କେନାଲ ଯୋଗେ ଖଲିଗୁଡା, ବୀରନାରାୟଣପୁର, ବାରିଝୋଲା, ଦେବଦଳା, କୁମତଲପେଟା, ଭାକୁରଗୁଡା, କୋତାପେଟା ଆଦି ଗ୍ରାମାଂଚଳରେ ଥିବା ୧୨୧୫ହେକ୍ଟର ଚାଷ ଜମିରେ ଖରିଫ ଓ ୪୦୫ ହେକ୍ଟର ଜମିରେ ରବି ଫସଲ ନିମନ୍ତେ ଜଳ ସେଚିତ କରାଯିବାର ଯୋଜାନ ରହିଛି । ଏଥି ନିମନ୍ତେ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଂଛନ ଯୋଜନା ଅନୁଦାନ ପ୍ୟାକେଜ-୧ ଅନୁଯାୟୀ ୧କୋଟି ୩୧ଲକ୍ଷ ୫୫ହଜାର ୩୧୪ଟଙ୍କା ଓ ପ୍ୟାକେଜ-୨ରେ ୧ କୋଟି ୩୫ ଲକ୍ଷ ୨୫ ହଜାର ୬୧୪ ଟଙ୍କା ବ୍ୟୟ ଅଟକଳ କରାଯାଇ ସିଲଟିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉନ୍ନତୀକରଣର କରାଯାଇଥିଲା । ତେବେ ମୁଖ୍ୟ କେନାଲ ଠାରୁ ଦୀର୍ଘ ୨୪କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା କେନାଲ ଥିଲେ ସୁଦ୍ଧା ଖରାଦିନ ହେଉ ଅଥବା ବର୍ଷା ଦିନ ୨୦ମିଟର ଉଚ୍ଚତା ବିଶିଷ୍ଠ ଡ୍ୟାମରେ ପର୍ଯ୍ୟାପ୍ତ ପରିମାଣର ପାଣି ଗଚ୍ଛିତ ନ ହେଉଥିବା ଯୋଗୁଁ ଏହା କେନାଲର ତଳମୁଣ୍ଡ ଯାଏଁ ପଂହଚିପାରୁନି । କେନାଲ ନିର୍ମାଣ ହୋଇଥିଲେ ମଧ୍ୟ ମରାମତି ଆବଶ୍ୟକ ହୋଇପଡିଲାଣି । ମୁଖ୍ୟ କେନାଲ ଠାରୁ କେନାଲ ଶେଷ ମଧ୍ୟରେ ଅନେକ ସ୍ଥାନରେ କେନାଲ ପାଚେରୀ ଭାଙ୍ଗି ନଷ୍ଟ ହୋଇଥିବା ବେଳେ କଂକ୍ରିଟ ପାଚେରୀ ହୋଇ ନ ଥିବା ଶାଖା କେନାଲଗୁଡିକ ମାଟିରେ ପୋତି ହୋଇଗଲାଣି ।

Udyog Nursery
Udyogi Nursery

ଏହି ସିଲଟିଗୁଡା ଡ୍ୟାମକୁ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ଉପରେ ନିର୍ଭର କରି ଚଳୁଥିବା ଚାଷୀମାନେ କେନାଲ ଥାଇ ମଧ୍ୟ ନିଜ ଚାଷଜମିରେ ଜଳ ସେଚିତ କରି ପାରୁ ନ ଥିବା ବେଳେ ଚାଷ କରିବାକୁ ପାଣି ସମସ୍ୟାରେ ଛନ୍ଦି ହୋଇ ପଡୁଛନ୍ତି ବୋଲି ନବୀନ ହିମିରିକା, ଜାଗୁଲୁ ହିମିରିକା, ଜାଗାରାଓ ହିମିରିକା, ମୀନାରାଓ ହିମିରିକା, ଡାଲସିଂ ମିଣିୟାକା, କାଢିଆ ହିମିରିକା ଚାଷୀ ଭାଇମାନେ ପ୍ରକାଶ କରିଛନ୍ତି ଏବଂ ବର୍ତମାନ ମହାମାରୀ କରୋନା ବିପତି ସମୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ମଧ୍ୟ ଯିବାକୁ ସରକାର ମନା କରୁଥିବା ବେଳେ ଚାଷ କରି ପରିବାର ଭରଣ ପୋଷଣ କରିବୁ ଆଶା ରଖିଥିବା ବେଳେ ଏତେ ବଡ ଡ୍ୟାମ ଥାଇ ମଧ୍ୟ କିଛି ସଫଳ ମିଳୁନି ବୋଲି କହିଛନ୍ତି ।

ତେବେ ଚଳିତ ବର୍ଷ ମଧ୍ୟ କେନାଲର ଉନ୍ନତୀକରଣ ନିମନ୍ତେ ସରକାରଙ୍କ ତରଫରୁ ଆହୁରି କୋଟିଏ ଟଙ୍କା ଅନୁଦାନ ଆସିଥିବା ବେଳେ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇ ଚାଷୀଙ୍କ ଚାଷ ଜମିରେ ଜଳ ସେଚିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ରାୟଗଡ କ୍ଷୁଦ୍ର ଜଳ ସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଶାନ୍ତୁନୁ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.