ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ୭୧ତମ ବନମହୋତ୍ସବ ପାଳିତ

ଲାଞ୍ଜିଗଡ,୪/୭: ମାନବ ସମାଜ ପାଇଁ ବୃକ୍ଷର ଅବଦାନ ଅତୁଳନୀୟ। ଏହାକୁ ହୃଦୟଙ୍ଗମକରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚାଲିଛି ବୃକ୍ଷ ରୋପଣ ଓ ବନମହୋତ୍ସବ କାର୍ଯ୍ୟକ୍ରମ। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଯାଇଛି ୭୧ତମ ବନମହୋତ୍ସବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଧିନସ୍ଥ ସିକେରକୁପା ସେକ୍ସନ କାଉଗୁଡାଠାରେ ବନପାଳ ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ୭୧ ତମ ବନମହୋତ୍ସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଲାଞ୍ଜିଗଡ ରୋଡ଼ ସରପଞ୍ଚ ଟଙ୍କଧର ମାଝୀ, ଏସିଏଫ ଶିବ ପ୍ରସାଦ ରଥ, ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ, ସିଆରପିଏଫ ୬୪ ବାଟାଲିୟନ ଆସିଷ୍ଟେଣ୍ଡ କମାନଡେଣ୍ଟ ଅନିରୁଦ୍ଧ ପାଣ୍ଡେ, ଶିକେରକୁପା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସମିତି ସଭ୍ୟ କୌନଜ ରାଉତ, ସମାଜସେବୀ ଚନ୍ଦ୍ର ମହାପାତ୍ର, କିଡିଙ୍ଗ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା, ସିଆରପିଏଫ ଯବାନ, ବନବିଭାଗ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ କିଶମର ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୂପଣ କରିଥିଲେ।

Udyog Nursery
Udyogi Nursery

ସେହିପରି ମୂଷାନାଳ ସେକ୍ସନ ଧଡେଲ ଠାରେ ବନପାଳ ଚିନ୍ତାମଣି ମାଝୀଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, ଏସିଏଫ ଶିବ ପ୍ରସାଦ ରଥ,ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଓ ବନବିଭାଗର କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ଲାଞ୍ଜିଗଡ ସେକ୍ସନ ଲାଞ୍ଜିଗଡ ଏସଏସଡି ହାଇସ୍କୁଲ ପରିସରରେ ବନାମହୋତ୍ସବ ପାଳିତ ହୋଇଯାଇଛି । ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ, ମୁଖ୍ୟ ବକ୍ତା ଏସଏସଡି ସ୍କୁଲ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ନାଗ, ସମ୍ମାନିତ ଅତିଥି ପୁର୍ବତନ ବିଆରସିସି ତଥା ଲାଞ୍ଜିଗଡ ସମ୍ବାଦ ସାହିତ୍ୟ ଘର ସଭାପତି ଗୋପବନ୍ଧୁ ପୁଷ୍ଟି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ କୁମାର, ଶିକ୍ଷକ ରାଘବ ଗହୀର, ଶିକ୍ଷକ ପ୍ରଭାକର ରଣା, ଯୁବ ସମାଜସେବୀ ଶିଶିର ପୁଝାରି,ଲାଞ୍ଜିଗଡ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼ ପ୍ରମୁଖ ଯୋଗଦେଇ ଜଙ୍ଗଲ ର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରି ସମସ୍ତ ମନୁଷ୍ୟ ବୃକ୍ଷରୋପଣ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ୫୦ରୁ ଉର୍ଦ୍ଧ୍ବ ଚାରାରୋପଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଟ୍ ବନରକ୍ଷୀ ବିଭୁତି ଭୂଷଣ ନାଏକ, ସ୍କୁଲ କର୍ମଚାରୀ ଚିତ୍ରସେନ ନାଏକ ଓ ଅଭିମନ୍ୟୁ ନାୟକ, ଏଲିଫେଣ୍ଟ ସ୍କୁଆଡ଼ ତ୍ରିଲୋଚନ ସାହୁ, ସାଦ୍ରୁ ମାଝୀ, ସୁଶାନ୍ତ ହରିଜନ, ଡିଲେସ ପ୍ରଧାନୀ, ବସନ୍ତ ଭୋଇ, ରଥ ଦୋରା ପ୍ରମୁଖ ସହଯୋଗ କରିଥଲେ । ସବୁ ସ୍ଥାନରେ କାର୍ଯ୍ୟକ୍ରମ ଆରମ୍ଭରୁ ଉପସ୍ଥିତ ସମସ୍ତଙ୍କୁ ମାକ୍ସ ଓ ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.