ଅପରାହ୍ନରେ ଦୋକାନ ବଜାର ବନ୍ଦ ରଖିବା ପାଇଁ ଲାଞ୍ଜିଗଡବାସୀଙ୍କ ଦାବୀ

ଲାଞ୍ଜିଗଡ଼,୪/୭: କଳାହାଣ୍ଡି ଜିଲ୍ଲା ସାରା ଅପରାହ୍ନ ୨ଟା ପରେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଲାଞ୍ଜିଗଡ ଠାରେ ଏହାର ଖୋଳା ଉଲ୍ଲଙ୍ଘନ କରି ଚାଲିଛନ୍ତି ବ୍ୟବସାୟୀ। ଦିନ ୨ଟା ପରେ ମଧ୍ୟ ଖୋଳା ରହୁଛି ଦୋକାନ ବଜାର। ଯାହା ବୁଦ୍ଧିଜୀବି ମହଳରେ ଆଳୋଡନ ସୃଷ୍ଟି କରିଛି। ବେଦାନ୍ତ କମ୍ପାନୀ ଥିବା ଯେଗୁଁ ଲାଞ୍ଜିଗଡ ଠାରେ ବିଭିନ୍ନ ରାଜ୍ୟର ଲୋକେ ଆସି ବସବାସ କରୁଛନ୍ତି। ଏପଟେ କରୋନା କଟକଣାକୁ ବେଖାତିର କରାଯାଉଥିବା ପରିଳକ୍ଷିତ ହେଉଛି। ଅପରାହ୍ନ ୨ଟାରୁ ଦୋକାନ ବଜାର ବନ୍ଦ ରହିବା ପରିବର୍ତ୍ତେ ଲାଞ୍ଜିଗଡ ସହରରେ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଳା ରହିବା ସହ ଜନ ଗହଳି ଲାଗିରହୁଛି। ଯାହା ଆଗାମି ଦିନ ପାଇଁ ଆଦ୍ୟୌ ସୁଭଙ୍କର ନୁହଁ।

କରୋନା ସଂକଟକୁ ଦୃଷ୍ଟିରେ ରଖି ଅପରାହ୍ନ ୨ଟାରୁ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖିବା ପାଇଁ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ,ହରିହର ସାଂସ୍କୃତିକ ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ନେହୁରୁ ଯୁବକେନ୍ଦ୍ର ସଭାପତି ସୁବାଷ ଚନ୍ଦ୍ର ଅଗ୍ରୱାଲ, ଯୁବ ସମାଜସେବୀ ଶିଶିର ପୁଝାରୀଙ୍କ ସମେତ ଲାଞ୍ଜିଗଡ ଅଞ୍ଚଳବାସୀ ଦାବୀ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମେ ୨୧ ତାରିଖରେ ଏହି ବ୍ଲକର ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ସାତଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୬ ଜଣ ପ୍ରବାସୀ ଓ ପରିଚାଳନା ଦାଇତ୍ୱ ରେ ଥିବା ଜଣେ ମହିଳା କର୍ମଚାରୀ। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ । ତେବେ ଲୋକଙ୍କ ଭୟ ବଢିବାର କାରଣ ହେଉଛି ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ସାମିଲ ଥିବା ଓଡିଶା ଜୀବିକା ମିଶନର ମହିଳା କର୍ମଚାରୀଙ୍କର ପଜିଟିଭ ରିପୋର୍ଟ ଆସିବା। ଜିଲ୍ଲାପାଳ ବସନ୍ତପଡା ଗ୍ରାମପଞ୍ଚାୟତର ଆକ୍ରାନ୍ତ ମହିଳାଙ୍କ ବଣ୍ଡେଲ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷିତ କରିଥିବାବେଳେ ଆଖପାଖ ୭ ଗୋଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି। ସେହିପରି ୭ ଜୁନରେ ଲାଞ୍ଜିଗଡ ସଂଘରୋଧ କେନ୍ଦ୍ରରୁ ୨ ଜଣ ପୁଣି ସେହି କେନ୍ଦ୍ରରୁ ୮ ଜୁନରେ ୩ ଜଣ ପଜେଟିଭ ଚିହ୍ନଟ ହୋଇଥିଲେ। ବ୍ଲକର ବେନଙ୍ଗା ସଂଘରୋଧ କେନ୍ଦ୍ରରୁ ଜୁନ ୯ ତାରିଖରେ ୨ ଜଣ ମହିଳା ଚିହ୍ନଟ ପରେ ଜୁନ ୧୩ ତାରିଖରେ ଲାଞ୍ଜିଗଡ ସଂଘରୋଧ କେନ୍ଦ୍ରରୁ ୧୪ ଓ ଛତ୍ରପୁର ସଂଘରୋଧ କେନ୍ଦ୍ରରୁ ଜଣେ ସଂଘରୋଧ କେନ୍ଦ୍ର ସୁରକ୍ଷା ଦାଇତ୍ୱରେ ଥିବା ଗ୍ରାମରକ୍ଷୀଙ୍କ ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ି ଥିଲେ। ଯାହା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ ୨୨ ତାରିଖ ଠାରୁ ୩୦ ଯାଏଁ ଛତ୍ରପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ଶହ ୮ଗୋଟି ଗ୍ରାମକୁ ବଫର ଜୋନ ଘୋଷଣା କରିଥିଲେ। ଦେଢ଼ ମାସ ମଧ୍ୟରେ ବ୍ଲକର ଲାଞ୍ଜିଗଡ ରୋଡ଼ ପଞ୍ଚାୟତକୁ ସରପଞ୍ଚ ଦୁଇଥର ସଟଡାଉନ ଘୋଷଣା କରିଥିବା ବେଳେ,ବେନଙ୍ଗା,ଗୋବର୍ଦ୍ଧନ ପୁର, କମର୍ଦ୍ଧା ଓ ଛତ୍ରପୁର ପଞ୍ଚାୟତକୁ ସରପଞ୍ଚ ମାନେ ସଟଡାଉନ ଘୋଷଣା କରିଥିଲେ।

ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାହ୍ନରେ ଦିନ ୨ଟା ପରେ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଜୁନ ୧ ତାରିଖଠାରୁ ଲାଞ୍ଜିଗଡଠାରେ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହୁଛି। ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ଓ ମାକ୍ସ ବ୍ୟବହାର କରିବା ପାଇଁ ସଚେତନ କରାଯାଉ ଥିଲେ ମଧ୍ୟ ଲୋକେ ଠିକ ଭାବରେ ମାନୁ ନାହାନ୍ତି। ଯାହା ଫଳରେ ଅପରାହ୍ନ ସନ୍ଧ୍ୟା ୫ ଘଣ୍ଟା ପରେ ଲାଞ୍ଜିଗଡର ଚା ଦୋକାନ, ଫାଷ୍ଟଫୁଡ଼ ଓ ଗୁପଚୁପ ଠେଲାମାନଙ୍କରେ ଲୋକଙ୍କ ପ୍ରବଳ ଭିଡ଼ ରହୁ ଥିବାବେଳେ ସାମାଜିକ ଦୂରତା ନମାନି ଅଧିକାଂଶ ଲୋକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳୁଛି।

ଏନେଇ ଲାଞ୍ଜିଗଡ ବ୍ଲକ ଆଇନ ଶୃଙ୍ଖଳା ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗାଙ୍କୁ ପଚାରିବାରୁ ବର୍ତ୍ତମାନ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ବନ୍ଦ ରହୁଛି। ଲାଞ୍ଜିଗଡ ଦୋକାନିମାନଙ୍କ ଭୁଲ ବୁଝାବଣା ଯୋଗୁଁ ଖୋଲିଛନ୍ତି। ମୁଁ ଆଜି ଲାଞ୍ଜିଗଡ ପୋଲିସଙ୍କୁ ମଧ୍ୟ ଏନାଉନ୍ସ କରି ସୂଚନା ଦେବାପାଇଁ କହିଛି। ଏହାପରେ ମଧ୍ୟ ଯଦି କୌଣସି ଦୋକାନି ନ ମାନି ଖୋଲା ରଖନ୍ତି ତେବେ ତାଙ୍କ ପ୍ରତି ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.