ଏଫ୍.ଏମ୍.କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଜୋର୍ ଧରିଲା ଦାବି

● ଶାନ୍ତିପୂର୍ଣ୍ଣ ଦାବି କଲେ ଛାତ୍ରନେତା ହରେକୃଷ୍ଣ ପ୍ରଧାନ ଓ ଛାତ୍ରସମାଜ

● ଦାବି ପୂରଣ ନହେଲେ ହେବ ଆନ୍ଦୋଳନ

ବାଲେଶ୍ଵର,୫/୭(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ରାଜ୍ୟ ତଥା ଦେଶର ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପ୍ରସିଦ୍ଧ ‘ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ’କୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି କରି କଲେଜ ସାମ୍ନାରେ ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ।

Omkar Vasthu
Omkar Vasthu

ପୂର୍ବତନ ଛାତ୍ର ସଂସଦ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ କଲେଜର ବହୁ ପୁରାତନ ଛାତ୍ରଛାତ୍ରୀ, ଛାତ୍ରନେତା ତଥା ବୁଦ୍ଧିଜୀବୀ ଏକତ୍ରିତ ହୋଇ ସାମାଜିକ ଦୂରତା ବଜାୟ ରଖି ଶାନ୍ତିପୂର୍ଣ୍ଣ ଦାବି ଉପସ୍ଥାପନା କରିଛନ୍ତି। ଏହି କାର୍ଯ୍ୟକ୍ରମ ଏଫ୍ଏମ୍ କଲେଜ ସମ୍ମୁଖରେ ଆୟୋଜିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୂଚନା ମୁତାବକ, ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହେବା ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ଏଫ୍. ଏମ୍. କଲେଜର ରହିଥିବା ବେଳେ ବାଲେଶ୍ୱର ତଥା ଉତ୍ତର ଓଡିଶାର ବିକାଶ ପାଇଁ ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାର ଯଥାର୍ଥତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ଏହି ଶିକ୍ଷାନୁଷ୍ଠାନ ସହ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିବା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ଓ ବଲାଙ୍ଗିରର ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳି ସାରିଛି । ସେହିପରି ଭବାନୀପାଟଣା ମହାବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟ ଆଦି କଲେଜ ଯଥାକ୍ରମେ ୧୯୬୦ ଓ ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏସବୁକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏହାଛଡା ବ୍ରହ୍ମପୁର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ବିଶ୍ୱବିଦ୍ୟାଳୟ ରହିଥିବାରୁ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାହିଁକି ହୋଇପାରିବ ନାହିଁ ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ ଫକୀରମୋହନଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ରହିଥିବାରୁ ନୂତନ ବିଶ୍ୱବିଦ୍ୟାଳୟକୁ ବ୍ୟାସକବି ବିଶ୍ୱବିଦ୍ୟାଳୟ ଅବା ବ୍ୟାସକବି ଫକୀରମୋହନ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରାଯିବାରେ କିଛି ଅସୁବିଧା ନାହିଁ ବୋଲି ଏକତ୍ରିତ ଛାତ୍ରନେତା ଓ ଛାତ୍ରଛାତ୍ରୀ ମାନେ ଯୁକ୍ତି ବାଢ଼ିଛନ୍ତି।

ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦାବି, ଆନ୍ଦୋଦାଳନ ଓ କାର୍ଯ୍ୟକ୍ରମ ମାନ ଜାରି ରହିବା ସହ ସରକାର ଯଦି ଏଥିପାଇଁ ତୁରନ୍ତ ନିଷ୍ପତ୍ତି ନିଅନ୍ତି ତେବେ ବାଲେଶ୍ୱରର ବୁଦ୍ଧିଜୀବୀ ଓ ଛାତ୍ରସମାଜ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ଏହି ଅବସରରେ ଛାତ୍ର ନେତାମାନେ ପ୍ରକାଶ କରିଛନ୍ତି।

ଏହି ଶାନ୍ତିପୂର୍ଣ୍ଣ ଦାବି ଉପସ୍ଥାପନ ସମୟରେ ହରେକୃଷ୍ଣ ପ୍ରଧାନଙ୍କ ସମେତ ବରୁଣ କୁମାର ମହାଳିକ, ଶୁଭ୍ରଜିତ ପରିଡା, ରୁତୁରାଜ ବାରିକ, କମଳ ଲୋଚନ ମୈକାପ, ଶିବଶଙ୍କର ପରିଡା, ଦୀପ୍ତିରଞ୍ଜନ ଜେନା, ସୁବାସ ଗିରି, ଶଙ୍କର୍ଷଣ ଟୁଡୁ, ଶୁଭଙ୍କର ଜେନା, ଜ୍ଞାନେନ୍ଦ୍ର ମହାନ୍ତି, ବିପିନ ଟୁଡୁ, ରମେଶ ମାଝୀ, ରଣଜିତ ଜେନା, ଜଗନ୍ନାଥ ବେହେରା, ଗୋପାଳ ମାଝୀ, ନିଳାଦ୍ରି ନିଭାସିନୀ ଦାସ, ଏସ.ବି ସିମରନ, ଜମୁନା କିସ୍କୁ, ପ୍ରଦୀପ ମାରାଣ୍ଡି, ସଚିନ ଦାସ, ଦୀପକ ସେଠୀ, ଦୀପକ ଟୁଡୁ, ଗୌତମ ସେଠୀ, ରଜନୀକାନ୍ତ ଖଟୁଆ, ଲକ୍ଷ୍ମୀନାରାୟଣ ବାରିକ, ଏସକେ ମୁସ୍ତାକ, ଜାବେଦ କ୍ୱାଦ୍ରି, ସୁଜାତ ହୁସେନ, ଆଶୁତୋଷ ସେଠୀ, ସିପୁନ୍ ଜେନା, ରୋଜେନ୍ଦ୍ର ସେଠୀ, ଅନିତା ସିଂ, ବିନିତା ସିଂ, କେଶବ ରାଉତ, ରତ୍ନାକର ସିଂ, ଜଗନ୍ନାଥ ମାରାଣ୍ଡି, ନିମାଇ ହେମ୍ବ୍ରମ୍, ଲଖିରାମ ମୁର୍ମୁ, ରୂପମ ରଞ୍ଜନ ରାଉତ, ପ୍ରମୁଖ ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.