ସଦର ଆଇଆଇସି (IIC)ଙ୍କ ବଦଳିକୁ ନେଇ ଅସନ୍ତୋଷ

ଆଇଜି ଓ ଗୃହମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ନୂଆପଡା ବିଧାୟକ

ନୂଆପଡା,୫/୭: ସଦର ଆଇଆଇସି ଆଦିତ୍ୟ ମହାକୁଡ଼ଙ୍କ ବଦଳିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏହି ବଦଳିକୁ ନେଇ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ମାନ୍ୟବର ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ (ଆଇଜି )ଙ୍କୁ ଚିଠି ଲେଖି ରଦ୍ଧ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ମହାକୁଡ଼ ୨୦୧୯ ଫେବୃଆରୀ ମାସ ୧୮ ତାରିଖରେ ସାଧାରଣ ନିର୍ବାଚନ ସମୟରେ ନୂଆପଡା ସଦର ଆଇଆଇସି ଭାବେ ଦାଇତ୍ୱ ନେଇ ଥିଲେ । ଦାଇତ୍ୱ ନେବା ସମୟରେ ନୂଆପଡା ସଦର ତଥା ଆଖପାଖ ଅଂଚଳରେ କ୍ରାଇମ ଓ କଫ ସିରଫ, ଗଞ୍ଜେଇ ଭଳି ନିଶା କରବାର ଖୁବ ସକ୍ରିୟ ଥିଲା । ଯୁବଗୋଷ୍ଠୀ ଏଥିରେ ଲିପ୍ତ ରହି ପଥଭ୍ରଷ୍ଟ ହୋଇ ସାରିଥିଲେ । ତେବେ ୩୦ ଜଣରୁ ଅଧିକ କଫ ସିରଫ ବେପାରୀ ସହ ୪୦ ହଜାରରୁ ଅଧିକ କଫ ସିରଫ ବୋତଲ ଜବତ କରି ଅଳ୍ପ କିଛି ସମୟ ମଧ୍ୟରେ ଅଞ୍ଚଳକୁ କଫ ସିରଫ ମୁକ୍ତ କରିଥିଲେ ଶ୍ରୀ ମହାକୁଡ଼ । ଏହା ସହ ଚୋରା ଗଞ୍ଜେଇ ଚାଲାଣ, ବେଆଇନ ମଦ ଓ ଜୁଆ ଆଡ୍ଡା ଉପରେ ପୁରା ପୁରି ରୋକ ଲଗାଇବାରେ ସେ ସକ୍ଷମ ହୋଇ ଥିଲେ । ଏସ.ପି. ଙ୍କ ନିର୍ଦେଶ କ୍ରମେ ଶ୍ରୀ ମହାକୁଡ଼ ଓ ତାଙ୍କ ଟିମ ଓଡିଶାର ସବୁଠୁ ବଡ଼ ଚୋର ଓ ଡକାୟତ ଗେଙ୍ଗ ଏରାଗୋଲା ର କିଛି ମେମ୍ବର ଯିଏ କି ନୂଆପଡା ଓ ଆଖପାଖ ଜିଲ୍ଲା ରେ ସକ୍ରିୟ ରହି ଡକାୟତି କରୁ ଥିଲେ ତାଙ୍କୁ ମଧ୍ୟ ଧରି କୋର୍ଟ ଚାଳାଣ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଭଳି ଜଣେ ସଚ୍ଚୋଟ ଓ ନିଷ୍ଠାପର ପୋଲିସ ଅଧିକାରୀଙ୍କ ବଦଳି ଜିଲ୍ଲା ବାସିଙ୍କ ମନ ରେ ଗଭୀର ଆଘାତ ଦେଇଛି ବୋଲି ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଆଲୋଚନା କରାଯାଉଛି । ବର୍ତମାନ କୋଭିଡି ମୁକାବିଲାରେ ପୋଲିସ ଓ ଡାକ୍ତରଙ୍କୁ ସମ୍ମାନ ଦେଵା ପାଇଁ ସରକାର କହୁଥିବା ସମୟରେ ପୋଲିସ ଅଧିକାରୀ ଙ୍କୁ ଯିଏ ଏହି ଅଂଚଳ ପାଇଁ ଅନେକ କାମ କରିଛନ୍ତି ତାଙ୍କୁ ଅଳ୍ପ ସମୟ ମଧ୍ୟରେ ଅନ୍ୟ ଜିଲ୍ଲା କୁ ବଦଳି କରିଦେବା ଯୁକ୍ତିଯୁକ୍ତ ନୁହଁ ବୋଲି ଚର୍ଚ୍ଚା ହେଉଛି । ଏକ ଦକ୍ଷ ଓ ଭଦ୍ର ଅଧିକାରୀ ହୋଇଥିବାରୁ ଏହି ଅଂଚଳରେରେ ତାଙ୍କର ଆବଶ୍ୟକତା ରହିଛି ବୋଲି ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ଢୋଲକିଆ ମାନ୍ୟବର ଗୃହ ମନ୍ତ୍ରୀ ଓ ଆଇ ଜି ଙ୍କୁ ଚିଠି ଲେଖି ବଦଳି ରଦ୍ଦ କରିବା ପାଇଁ ନିବେଦନ କରିଛନ୍ତି । ତେବେ ଏ ସମ୍ପର୍କରେ ନୂଆପଡା ଏସ.ପି. ବିନୀତ ଅଗ୍ରୱାଲଙ୍କୁ ପଚାରିବାରୁ, ଡି.ଆଇ.ଜି. ତାଙ୍କର ବଦଳି କରିଛନ୍ତି ଓ ବିଧାୟକ ମଧ୍ୟ ତାଙ୍କ ବଦଳିକୁ ରଦ୍ଧ କରିବା ପାଇଁ ଚିଠି ଲେଖିଛନ୍ତି ଏବଂ ଆମେ ତାଙ୍କୁ ରଖିବା ପାଇଁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.