ଚମ୍ପାଦେଇପୁର ଠାରେ ୭୧ତମ ବନମହୋତ୍ସବ ସପ୍ତାହ ପାଳିତ

ଲାଞ୍ଜିଗଡ,୭/୭: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଶ୍ୱନାଥପୁର ସେକ୍ସନ ଆନୁକୁଲ୍ୟରେ ୭୧ ତମ ବନମହୋତ୍ସବ ଚମ୍ପାଦେଇପୁର ନର୍ସରି ପରିସରରେ ପାଳିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ୱନାଥପୁର ବନପାଳ ଧରଣୀଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଚମ୍ପାଦେଇପୁର ସରପଞ୍ଚ ଫୁଲମତି ମାଝୀ, ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ, ସମିତି ସଭ୍ୟ ଅଭିମନ୍ୟୁ ମୁଣ୍ଡା, ଫରେଷ୍ଟ ଗାର୍ଡ ଜାନବୀ ମୁଣ୍ଡା ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ଜଙ୍ଗଲର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରି ସମସ୍ତ ମନୁଷ୍ୟ ବୃକ୍ଷରୋପଣ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଚମ୍ପାଦେଇପୁର ନର୍ସରି ପରିସରରେ ବିଭିନ୍ନ କିସମର ୧୫୦ରୁ ଉର୍ଦ୍ଧ୍ବ ଚାରାରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ସେକ୍ସନର ବନବିଭାଗ କର୍ମଚାରୀ, ଚମ୍ପାଦେଇ ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ମାକ୍ସ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ପରିଚାଲନା କରାଯାଇଥିଲା ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.