ରାୟଗଡ ବନ ଖଣ୍ଡୀୟ ସ୍ତରୀୟ ୭୧ତମ ବନ ମହୋତ୍ସବ ସପ୍ତାହ ପାଳିତ

ରାୟଗଡ,୬/୭: ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ରାୟଗଡ ବନ ଖଣ୍ଡୀୟ ସ୍ତରୀୟ ୭୧ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବନ ବିଭାଗ ଓ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଆୟୋଜିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୃଥିବୀରେ ବଂଚିବା ନିମନ୍ତେ ଜଙ୍ଗଲର ଆବଶ୍ୟକତା ନିହାତି ଜରୁରୀ ଓ ଯେତେ ବି ବିପର୍ଯ୍ୟୟ ସୃଷ୍ଟି ହେଉଛି କେବଳ ପରିବେଶ ଜନିତ ସମସ୍ୟାକୁ ନେଇ । ତେଣୁ ଆମେ ସମେସ୍ତ ବୃକ୍ଷରୋପଣ କରିବା ଓ ଜଳ,ଜମି ଓ ଜଙ୍ଗଲର ସୁରକ୍ଷା କରିଲେ ଏକ ସୁସ୍ଥ ପରିବେଶ ସହ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । 

ଅନ୍ୟତମ ଅତିଥି ଭାବେ ଜିଲ୍ଳା ପ୍ରଶାସନର ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଯୋଗ ଦେଇ ସାଂପ୍ରତିକ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର କାରଣ ଓ ମୁକାବିଲା ତଥା ଆଜିର ଦିନରେ ବୃକ୍ଷରୋପଣ ଓ ବନୀକରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରାୟଗଡ ବନଖଣ୍ଡୀୟ ଅଧିକାରୀ ଅଶ୍ୱିନ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ କର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ପଣ୍ଡା ବିଦ୍ୟାଳୟ ତରଫରୁ ବନ ମହୋତ୍ସବ ନିମନ୍ତେ କାର୍ଯ୍ୟକ୍ରମ ଉପରେ ନିଆଯାଉଥିବା ପଦକ୍ଷେପଗୁଡିକ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବନ ସୁରକ୍ଷାରେ ଉଲ୍ଳେଖନୀୟ ସଫଳତା ହାସଲ କରିଥିବା କାସିଲି,ବନ ସୁରକ୍ଷା ସମିତି ଓ ଡାଲମେରଡିଆ ବନ ସୁରକ୍ଷା ସମିତିକୁ ୨୦ହଜାର ଟଙ୍କା ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସେହିପରି କାସିଲି ଓ ଡାଲମେରଡିଆ ବନ ସୁରକ୍ଷା ସମିିତିର କର୍ମକର୍ତା ଉପସ୍ଥିତ ରହି ପୁରସ୍କାର ରାଶି ଗ୍ରହଣ କରିଥିଲେ । ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଅତିଥି ଓ ବନ ବିଭାଗର ଅଧିକାରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର କର୍ମକର୍ତାମାନେ ଉପସ୍ଥିତ ରହି ୮୦ଟି ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବନ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ଭତ୍ରା, ନିତ୍ୟାନନ୍ଦ ନାୟକ, ସମାଜସେବୀ ବିଦ୍ୟାଧର ଦୁରିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ସପୂଂର୍ଣ୍ଣ କାର୍ଯ୍ୟକ୍ରମରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ-୧୯ ମାର୍ଗଦର୍ଶିକା ପ୍ରକାରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତା ସହ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.