କାଉଡୋଲା ଠାରେ ୭୧ତମ ବନ ମହୋତ୍ସବ ସପ୍ତାହ ପାଳିତ

କୋକସରା,୭/୭: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଆନୁକୁଲ୍ୟରେ ୭୧ତମ ବନମହୋତ୍ସବ ସପ୍ତାହ କାଉଡୋଲା ପଞ୍ଚୟତ ଭାଲୁ ଡୋଙ୍ଗରି ନିକଟରେ ପାଳିତ ହୋଇଯାଇଛି । ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ପରିଚାଲନା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆମପାଣି ବନପାଳ ଜଗନ୍ନାଥ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁ, ଡେପୁଟି ରେଞ୍ଜର ସୁଦର୍ଶନ ଦେହୁରୀ, ବନପାଳ ନରେନ୍ଦ୍ର ବିଶି, ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ ।

Udyog Nursery
Udyogi Nursery

କାର୍ଯ୍ୟକ୍ରମକୁ ଦାବ୍ରିଗୁଡା ବିଟ୍ ବନରକ୍ଷୀ କଳାକାହ୍ନୁ ରାଉତ, ହିମାଦ୍ରୀ ବିଶି ପରିଚାଳନା କରିଥିଲେ । ଏହି ବନ ମହୋତ୍ସବରେ ରଏନଗୁଡା, ତଲାଗା ବିଟ ଜଙ୍ଗଲ ସୁରକ୍ଷା କମିଟିର ଭଜମନ ନାଏକ, ରଘୁନାଥ ନାଏକ, ସାନ ସରାବୁ ସହ କାଉଡୋଲା ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.