ପଦ୍ମପୁର ବ୍ଳକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

ରାୟଗଡ ଜିଲ୍ଳାରେ କରୋନା ପଜିଟିଭଙ୍କ ସଂଖ୍ୟା ୧୩୮ରେ ପଂହଚିଲା

ରାୟଗଡ,୮/୭: ରାଜ୍ୟରେ ବୁଧବାର ଦିନ ୫୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ରାୟଗଡ ଜିଲ୍ଳାରୁ ଗୋଟିଏ ଜିଟିଭ୍ ରହିଛି । ସେ ଜିଲ୍ଳାର ପଦ୍ମପୁର ବ୍ଳକର ବୋଲି ଜଣାପଡିଥିବା ବେଳେ ବର୍ତମାନ ଚିହ୍ନଟ ବ୍ୟକ୍ତିଜଣଙ୍କ ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସେ ପୂର୍ବରୁ ଭୁବନେଶ୍ୱର ଯାଇ ସୋମ ହସ୍ପିଟାଲରେ ଏଡମିଟ୍ ହୋଇଥିଲେ ଏବଂ ସେଠାରେ ତାଙ୍କ ସ୍ୱାବ ନମୂନା ପରୀକ୍ଷା ପରେ ପଜିଟିଭ୍ ବାହାରିଥିଲା । ବର୍ତମାନ ମଧ୍ୟ ସେ ଉକ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସିଡିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ରାୟଗଡ ଜିଲ୍ଳାରେ ପୁଣି ଜଣେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇ ଏହା ୧୩୮ରେ ପଂହଚିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.