ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ଧର୍ମଗଡ଼,୮/୭: ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି । ଏହି ଗ୍ରାମର ଏକ କୃଷି କ୍ଷେତ୍ର ସନ୍ନିକଟ ବୃକ୍ଷରେ ଯୁବକଙ୍କ ମୃତ ଦେହ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । କନାଗାଁ ସରପଞ୍ଚ ପ୍ରତିନିଧି ଏହି ଅଭାବନୀୟ ଘଟଣା ସମ୍ପର୍କରେ ଜାଣିବାପରେ ଧର୍ମଗଡ ଥାନା ଅଧିକାରୀଙ୍କୁ ଫୋନ କରିଥିଲେ । ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଦେଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.