ମାସ୍କ ପିନ୍ଧୁ ନାହାନ୍ତି ଅମାନିଆ : ୫୧ ଜଣଙ୍କ ଠାରୁ ୧୪୩୦୦ ଟଙ୍କା ଜୋରିମାନା ଅସୁଲି

କଳାହାଣ୍ଡି,୧୦/୭: ବର୍ତ୍ତମାନ ସାରା ଦେଶରେ ଅନ୍ ଲକ୍ ପ୍ରକ୍ରିୟା ଚାଲିଛି । ତେବେ କରୋନାର କାରୁଣ୍ୟ ବଢ଼ିବାରେ ଲାଗିଛି । ତେଣୁ ଏହି ମହାମାରୀରୁ ଦୂରେଇ ରହିବାକୁ ସାମାଜିକ ଦୁରତ୍ବ ବଜାୟ ରଖିବା ସହ ମାସ୍କ ଲଗାଇବା ଆଦି ଜରୁରୀ ହୋଇପଡିଛି । ମହାମାରୀ କରୋନା ମୁକାବିଲାରେ ଓଡ଼ିଶା ସରକାର ମାସ୍କ ଲଗାଇବାକୁ ନେଇ ନିୟମ କଡାକଡି କରିଛନ୍ତି । ଯେଉଁ ବ୍ୟକ୍ତି ଏହି ନିୟମର ଖିଲାପୀ କରେ ତେବେ ତାଙ୍କଠାରୁ ଜୋରିମାନା ଆଦାୟ କରାଯିବାକୁ ନିର୍ଦ୍ଦେଶ ହୋଇଛି ।

ଗତ କିଛି ଦିନ ହେଲା ମ.ରାମପୁର ତହସିଲାଦାର ସୟଦ ଇସାକ ମଦିନାଙ୍କ ନେତୃତ୍ୱରେ ମାସ୍କ ଯାଞ୍ଚ କଡ଼ାକଡ଼ି କରାଯାଇଥିବାବେଳେ ଆଜି ମଧ୍ୟ ଚାରିଛକଠାରେ ମାସ୍କ ଯାଞ୍ଚ କରାଯାଇଥିଲା । ମ.ରାମପୁର ଥାନା ତରଫରୁ ଏଏସ୍‌ଆଇ ବିନୀତା ଟପ୍ପୋ, କନେଷ୍ଟବଲ ଏମ.ଡ଼ି. ବାଗ, ଜେ.କେ. ସା ପ୍ରମୁଖଙ୍କ ସହାୟତାରେ ଯାଞ୍ଚ ଅବସରରେ ୫୧ଜଣଙ୍କଠାରୁ ସମୁଦାୟ ୧୪୩୦୦ଟଙ୍କା ଜୋରିମାନା ଅସୁଲୀ କରାଯାଇଥିଲା ।

ତେବେ ଏବେ କରୋନା ଭୟଙ୍କର ରୂପ ନେଉଥିବାବେଳେ ସ୍ୱତଃ ଜନସାଧାରଣ ମାସ୍ମ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ବିଶେଷ କାମ ନଥିଲେ ଘରୁ ନବାହାରିବା, ବାରମ୍ବାର ହାତ ଧୋଇବା ଦିଗରେ ଯତ୍ନବାନ ହେବାକୁ ତହସିଲଦାର ଶ୍ରୀ ମଦିନା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.