‘ନାଚ୍’ ନୃତ୍ୟାନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା ସ୍ଵତନ୍ତ୍ର ଅନଲାଇନ କାର୍ଯ୍ୟକ୍ରମ

●ପ୍ରାର୍ଥନା ସହ ନୃତ୍ୟର ସମ୍ପର୍କକୁ ନେଇ ହେଲା ବିମର୍ଶ

ବାଲେଶ୍ବର,୧୦/୭:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ଵରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ‘ନାଚ୍‌’ ପକ୍ଷରୁ ଏକ ଅନ୍‌ଲାଇନ୍‌ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି। ଏଥିରେ ‘ପ୍ରାର୍ଥନା ଏକ ଶକ୍ତି’ ବିଷୟରେ ଆଲୋଚନା କରା ଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶିକ୍ଷାମୂଳକ ସଚେତନତା କାର୍ଯ୍ୟକ୍ରମରେ କବି ତଥା ‘ପ୍ରତିଭାଶ୍ରୀ’ର ମୁଖ୍ୟ ପ୍ରଶାନ୍ତ ଦାସ ଅତିଥି ଭାବରେ ଯୋଗ ଦେଇ ପିଲାମାନଙ୍କୁ ପ୍ରାର୍ଥନାର ମୌଳିକ ଆବଶ୍ୟକତା ଏବଂ ଏହାର ନିହିତ ଶକ୍ତି କିପରି ପିଲାଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବାରେ ସହାୟକ ହୋଇଥାଏ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ ଉତ୍ତର ଓଡିଶା ସଂସ୍କରଣର ଡେସ୍କ୍ ଇନଚାର୍ଜ ଶଶିରଂଜନ ମଲ୍ଲିକ ତାଙ୍କ ଅଭିଭାଷଣରେ ପ୍ରାର୍ଥନା ଦ୍ଵାରା ପିଲାମାନଙ୍କ ଅସ୍ଥିର ମନକୁ ଆୟତ୍ତାଧୀନ କରାଯାଇ ପାରିବ ବୋଲା କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ରୋନାଲିସା ପଣ୍ଡା ପ୍ରାର୍ଥନା ଏକ ଶକ୍ତି ଏବଂ ଏ ଶକ୍ତିକି କିପରି ନିଜ ବ୍ୟକ୍ତିତ୍ଵ ନିର୍ମାଣରେ ଲଗେଇ ହେବ, ସେ ସମ୍ପର୍କରେ ନିଜର ଅନୁଭୂତି ମାଧ୍ୟମରେ ପିଲାମାନଙ୍କୁ ବୁଝାଇଥିଲେ। ଏଥିରେ ଆର୍ଚ୍ଚିଶା ପାଣିଗ୍ରାହୀ, ଶ୍ବେତାଲିସା ଶୁଭଦର୍ଶିନୀ, ତନ୍ମୟ ତଥାଗତ, ମିନାଲ୍ ପୋଦାର୍ ପ୍ରାର୍ଥନା ଦ୍ବାରା କିପରି ଶୃଙ୍ଖଳିତ ଜୀବନଶୈଳୀ ଆସିପାରିବ, ଏହା ଉପରେ ନିଜସ୍ୱ ଅନୁଭବ ବଖାଣିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ଅନୁଷ୍ଠିତ ଅନ୍‌ଲାଇନ୍‌ ରାଇମ୍ସ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା। ଏଥିରେ ମହେଶ୍ବରୀ ବେହେରା ବିଜୟୀ ହୋଇଥିବା ବେଳେ ହିତାଂଶୁ ସେନ୍‌ ରନର୍ସଅପ୍‌ ହୋଇଥିଲେ। ଶେଷରେ ଅରୁଣାଂଶୁ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ‘ନାଚ୍’ ନୃତ୍ୟାନୁଷ୍ଠାନ କରୋନା ମହାମାରୀ ସମୟରେ କଟକଣା ଥିବାରୁ ନୃତ୍ୟ ଶିକ୍ଷା ଦେଇପାରୁନଥିଲେ ବି ନିୟମିତ ବ୍ୟବଧାନରେ ଅନଲାଇନ କାର୍ଯ୍ୟକ୍ରମ ଜାରି ରଖିଥିବା କଥା ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଗଣମାଧ୍ୟମକୁ ଜଣାଇଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.