କରୋନା ମାର୍ଗଦର୍ଶିିକାକୁ କଡାକଡି ଭାବେ ଅନୁସରଣ କରିବାକୁ ଜିଲ୍ଳାପାଳଙ୍କ ନିବେଦନ

ପୁଣି ୨୪ ପଜିଟିଭ୍ ଚିହ୍ନଟ… ରାୟଗଡରେ ୧୬୫ ଛଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ,୧୪/୭: ମହାମାରୀ କରୋନା ସମଗ୍ର ବିଶ୍ୱରେ ହାହାକାରର ଆତଙ୍କ ଖେଳାଇଥିବା ବେଳେ ଏଯାବତ୍ ଏହାର ନିରାକରଣ ନିମନ୍ତେ କୈାଣସି ପ୍ରକାର ଭ୍ୟାକ୍ସିନ୍ କିମ୍ବା ଔଷଧ ବାହାରି ପାରିନାହିଁ । କେବଳ କୋଭିଡ-୧୯ ମାର୍ଗଦର୍ଶିକା ହିଁ ଏକମାତ୍ର ଅମୋଘ ଅସ୍ତ୍ର । ତେଣୁ ଏହି ମାର୍ଗଦର୍ଶିକା ଗୁରୁତର ସହ ନେଇ ନିଜ ତଥା ନିଜ ପରିବାରକୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଘରେ ରୁହ,ସୁରକ୍ଷିତ ରୁହ । ସାମାଜିକ ଦୂରତା ବଜାୟ ରଖ,ମାସ୍କ ପରିଧାନ କର,ଅଯଥାରେ ବାହାରେ ନ ବୁଲିବା,ଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା,ନିୟମିତ ସାନିଟାଇଜର କିମ୍ବା ସାବୁନରେ ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ସରକାର ନିବେଦନ କରିଆସୁଛନ୍ତି । ତଥାପି ଅନେକ କ୍ଷେତ୍ର୍ରରେ ଏହି ମାର୍ଗଦର୍ଶିକାକୁ ବହୁ ହାଲକା ଭାବେ ଗ୍ରହଣ କରୁଛନ୍ତି ଅମାନିଆ ଲୋକେ । ଯାହାକୁ ନେଇ ରାୟଗଡ ଜିଲ୍ଳାପାଳ ଗଣମାଧ୍ୟମ ଜରିଆରେ ଜିଲ୍ଳାବାସୀଙ୍କୁ କୋଭିଡ-୧୯ ମାର୍ଗଦର୍ଶିକାକୁ କଡାକଡି ଭାବେ ଅନୁସରଣ କରିବାକୁ ନିବେଦନ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟରେ ୫୪୩ଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିିହ୍ନଟ ହୋଇଥିବା ବେଳେ ଏଥିିରେ ରାୟଗଡ ଜିଲ୍ଳାରୁ ୨୪ଜଣ ରହିଛନ୍ତି । ରାୟଗଡ ସହରରୁ ୧୫ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ପୈାରାଂଚଳରୁ ୩ଜଣ, ସିରିଝୋଲି ଗ୍ରାମରୁ ୫ଜଣ ଓ ରାମନାଗୁଡା ବ୍ଳକ ବଡ କୁଜେନ୍ଦ୍ରୀ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ରାୟଗଡ ସହରରୁ ଚିହ୍ନଟ ହୋଇଥିବା ୧୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଇନଡୋର ଷ୍ଟାଡିୟମ ନିକଟସ୍ଥ ଡିଆରଡିଏ କ୍ୱାଟର୍ସ ବି-ବ୍ଳକ, ସେକ୍ରେଡ୍ ହାର୍ଟ ସ୍କୁଲ ପାଶ୍ୱର୍ ଚର୍ଚ୍ଚ ସାହି, ଗୈାତମ ନଗର ଦ୍ୱିତୀୟ ଲାଇନ, ସୁବାଷ ନଗର ପଂଚମ ଲାଇନ, ଗାୟତ୍ରୀ ନଗର ଦ୍ୱିତୀୟ ଲାଇନ, ଇନ୍ଦିରା ନଗର ଷଷ୍ଠ ଲାଇନ, ନେହୁରୁ ନଗର ତୃତୀୟ ଲାଇନ, ରୟତ କଲୋନୀ ତୃତୀୟ ଲାଇନ, ଅମ୍ବାଗୁଡାର ହରିଜନ ସାହି, ସୁଣ୍ଡି ସାହି, ପାଇକ ସାହି, ସାଇପ୍ରିୟା ନଗର ସହ ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦଳା ଗ୍ରାମ ନିକଟସ୍ଥ ଶ୍ରୀ ଭାରତୀ କଲେଜ ଅଂଚଳକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଛି ।

ସେହିପରି ଗୁଣପୁର ପୈାରାଂଚଳର ସାଇ ନଗର, ଶାନ୍ତି ନଗର, ବାଣିଶ୍ରୀ ବିହାର ସହିତ ଗୁଣପୁର ବ୍ଳକ ଅନ୍ତର୍ଗତ ସିରିଝୋଲି ଗ୍ରାମ ଓ ଚିନ୍ତାଲଗୁଡା ଏବଂ ରାମନାଗୁଡା ବ୍ଳକର ବଡ କୁଜେନ୍ଦ୍ରୀ ଗ୍ରାମରେ କନଟେଂଟମେଂଟ ଜୋନ କରାଯାଇଛି । ରାୟଗଡ ସହରରେ ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରେ ୧୨ଜଣ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ବାଙ୍ଗାଲୁର ଆଦି ସ୍ଥାନରୁ ଫେରିଥିବା ନେଇ ପ୍ରଶାସନ ପାଖେ ଗସ୍ତ ତଥ୍ୟ ରହିଥିବା ବେଳେ ଆଉ ୩ଜଣ ଆକ୍ରାନ୍ତ ରାଜ୍ୟ କରୋନା ହଟସ୍ପଟ ଗଂଜାମ, ଭଂଜନଗର ଓ ଭଦ୍ରକରୁ ଫେରିଥିବା ସୂଚନା ରହିଛି । ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଓ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଗୁଣପୁର କୋଭିଡ କେୟାର କେନ୍ଦ୍ରରେ ରଖାଯାଇ ଚିକିତ୍ସିତ କରାଯାଉଥିବା ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ୨୪ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପଂହଚି ଥିବା ବେଳେ ୧୨୫ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.