କଳାହାଣ୍ଡି,୧୫/୭: ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ନର୍ଲା ବ୍ଲକ ବଡ଼ଧାରପୁର ଗାଁରେ ପ୍ରଥମ ପର୍ଯ୍ୟାୟ ବୃକ୍ଷରୋପଣ ସହ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଜଯୋକ ପ୍ରସନ୍ନ କୁମାର ମେହେର, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଜଯୋକ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇଥିଲେ ।
ସ୍ଥାନୀୟ ସରପଞ୍ଚ, ବଡ଼ଧାରପୁର ଯୁବକ ସଂଘର ସଭାପତି ନେପାଳ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସତ୍ୟ ମାଝୀ, ବଡ ଧାରପୁର ମହିଳା ମଣ୍ଡଳର ସଭାନେତ୍ରୀ ମାନସୀ ଭାଟି, ସଂପାଦିକା ଉର୍ବଶୀ ପଧାନ ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ଟିକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ମିଳନ କୁମାର ଭୋଇ, ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ଓ ଯୁବ ସମାଜସେବୀ ଶୁଭ୍ରାଂଶୁ ଶେଖର ସାହୁ ପରିଚାଳନା କରିଥିଲେ ।